ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ମାଡ଼ ଅଭିଯୋଗ :ଖଣ୍ଡନ କଲେ ମନ୍ତ୍ରୀ
ପୁଣିଥରେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଦୁଇଜଣ ସରକାରୀ କର୍ମଚାରୀ ଥିବା ଓଏଏସ ଅଫିସର ଙ୍କୁ କାର୍ଯ୍ୟ ତଦାରଖ ବାହାନାରେ ଡକାଇ ମାଡ଼ ମାରି ଗୁରୁତ୍ତର କରିଥିବା ଜଣାପଡିଛି I ଆହତ ହେଇଥିବା ଦୁଇ ସରକାରୀ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ଙ୍କୁ ବର୍ତ୍ତମାନ ବାରିପଦା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳଙ୍କ ଅଫିସରେ ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର କର୍ମଚାରୀ ଥିବା ଏହି ଦୁଇ କର୍ମଚାରୀ ଙ୍କୁ ସାଂସଦ ପାଣ୍ଠି ରେ ଆସିଥିବା ଅର୍ଥର ଖର୍ଚ୍ଚ ବାବଦରେ ହିସାବ କିତାବ କୁ ନେଇ ଫାଇଲ ମାଗିଥିଲେ । କିନ୍ତୁ କର୍ମଚାରୀ ଦୁଇଜଣ ଫାଇଲ ନେଇ ଯିବାକୁ ସ୍ପଷ୍ଟ ମନା କରି ଦେଇଥିଲେ I ଏହାପରେ ମନ୍ତ୍ରୀ ମହୋଦୟ ତାଙ୍କୁ ଦେଖାକରିବାକୁ ଡକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା I ତେବେ ଏହି ବିଷୟରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇବାପରେ ଏ ବିଷୟରେ ଲିଖିତ ଅଭିଯୋଗ କରିବାକୁ ଜିଲ୍ଲାପାଳ ଉଭୟଙ୍କୁ କହିଥିଲେ । ସେପଟେ ଘଟଣାକୁ ଅସ୍ୱୀକାର କରିବା ସହ ଅଭିଯୋଗ ମିଥ୍ୟା ଏବଂ ଆଗକୁ ନିର୍ବାଚନ ଥିବାରୁ ବଦନାମ୍ କରିବାକୁ ଏମିତି କରାଯାଉଥିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।