ଆଜି ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ଅସମ୍ଭାଳ ଭିଡ଼
ଆଗାମୀ ଫେବୃଆରୀ ୧୬ ରୁ ଆରମ୍ଭ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଥିଲା ଶେଷ ଦିନ । ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜିଶେଷ ହୋଇଛି । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରୁଛନ୍ତି ପଂଚାୟତ ପ୍ରାର୍ଥୀ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଫିସ ରେ ଶେଷ ମୁହୁର୍ତରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରାର୍ଥୀ/ପ୍ରାର୍ଥନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ନଜରକୁ ଆସିଛି । ନିର୍ବାଚନ କମିଶନ ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ।ଗତ ଚାରି ଦିନ ଭିତରେ ରାଜ୍ୟରେ ମୋଟ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଲେଣିି । ସେଥି ମଧ୍ୟରୁ ଜିଲ୍ଲାପରିଷଦ ପାଇଁ ୧୭ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।
ସେହିପରି ସମିତି ସଭ୍ୟ ପାଇଁ ୧୫ ହଦାର ୫୮୩ ଜଣ ପ୍ରାର୍ଥୀ, ସରପଂଚ ପଦବୀ ପାଇଁ ୨୦ ହଜାର ୪୫୭ ଜଣ ପ୍ରାର୍ଥୀ ଏବଂ ୱାର୍ଡସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୯୫ ହଜାର ୮୧୪ ଜଣ ପ୍ରାର୍ଥୀ । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ରେ ପ୍ରାର୍ଥୀ ପତ୍ର ଯାଂଚ ଓ ୨୫ତାରିଖ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଜାନୁୟାରୀ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଇବ । ଚଳିତଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ । ଫେବୃୟାରୀ ୨୬ରୁ ୨୮ ତାରିଖ ଭିତରେ ଭୋଟଗଣତି ହେବ ଓ ଫଳାଫଳ ପ୍ରକାଶିତ ହେବ ।