ପିଏମ ମୋଦୀ ବିଶ୍ୱର ନ.୧ ଲୋକପ୍ରିୟ ନେତା : ଫେଲ ମାରିଲେ ଜୋ ବାଇଡେନ

18

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ହେଉଛି ସାରା ବିଶ୍ୱରେ ୧ ନମ୍ବର I ଆମେରିକାର ‘ଡାଟା ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ‘ଦ୍ୱାରା ନିକଟରେ ହୋଇଥିବା ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ସର୍ଭେରେ ଯାହା ଫଳାଫଳ ମିଳିଛି ତାହା ଦେଶବାସୀଙ୍କ ପାଇଁ ଖୁସି ଖବର ନିଶ୍ଚୟ । କାରଣ ଏହି ସର୍ଭେରେ ଟପ୍ ରେଟିଙ୍ଗରେ ଅଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସର୍ଭେରେ ବିଶ୍ୱର ନେତା ମାନଙ୍କ ଲୋକପ୍ରିୟତା ଉପରେ ଏକ ପୁଙ୍ଗାନୁଫୁଙ୍ଖ ସର୍ଭେ କରାଯାଇଛି । ଯେଉଁଥିରେ ମୋଦୀଙ୍କ ନାଁ ତ ଆଗରେ ରହିଛି । ତାଙ୍କ ଆଖପାଖରେ ବି କୌଣସି ନେତାଙ୍କ ନାଁ ନଜର ଆସୁନାହିଁ Iଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ପାୱାରଫୁଲ ନେତାଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ନେତା ଭାବେ ଉଭା ହୋଇଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଡେଙ୍ଗୁରା ଆଉ ଦେଶ ଭିତରେ ସୀମିତ ନରହି ସାରା ବିଶ୍ୱରେ ବାଜୁଛି ଏହି ତାଲିକାରେପ୍ରଧାନ ମନ୍ତ୍ରୀ ଙ୍କ ପଛକୁ ବିଶ୍ୱର କେଉଁ ନେତା କେତେ ସ୍ଥାନରେ ଅଛନ୍ତି ଆସନ୍ତୁ ଜାଣିବା ।
ବିଶ୍ୱ ନେତାଙ୍କ ଲୋକପ୍ରିୟତା ସର୍ଭେ ତାଲିକା:
ନେତା ଲୋକପ୍ରିୟତା
ନରେନ୍ଦ୍ର ମୋଦୀ( ଭାରତ) ୭୧%
ଲୋପେଜ୍ ଓବ୍ରାଡର(ମ୍ୟାକ୍ସିକୋ) ୬୬%
ମାରିଓ ଦ୍ରାଘି (ଇଟାଲି) ୬୦%
ଫୁମିୟୋ କିସିଦା(ଜାପାନ୍) ୪୮%
ଓଲାଫ୍ ସ୍କୋଲଜୋ(ଜର୍ମାନୀ) ୪୪%
ଜୋ ବାଇଡେନ୍(ଆମେରିକା) ୪୩%
ଜଷ୍ଟିନ୍ ଟ୍ରୁଡୋ(କାନାଡା) ୪୩%
ସ୍କାଟ୍ ମୋରିସନ୍(ଅଷ୍ଟ୍ରେଲିଆ) ୪୧%
ପେଡ୍ରୋ ସାନଚେଜ୍(ସ୍ପେନ୍) ୪୦%
ମୁନ୍ ଜେ-ଇନ୍ (ଦକ୍ଷିଣ କୋରିଆ) ୩୮%
ଜାୟର ବୋଲସୋନାରୋ (ବ୍ରାଜିଲ) ୩୭%
ଇମାନୁଏଲ ମ୍ୟାକ୍ରୋନ୍ (ଫ୍ରାନ୍ସ) ୩୪%
ବୋରିସ୍ ଜନସନ୍(ବ୍ରିଟେନ୍) ୨୬%
ଲୋକପ୍ରିୟ ନେତାଙ୍କ ଏହି ସର୍ଭେ ୧୩ଟି ଦେଶକୁ କରାଯାଇଥିଲା । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ସମୟରେ ଆମେରିକା ବ୍ୟତୀତ ଅଷ୍ଟେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଟାଲି, ଜାପାନ , ମ୍ୟାକ୍ସେିକୋ, ଦକ୍ଷିଣ କୋରିଆ, ସ୍ପେନ୍ ଓ ୟୁନାଇଟେଡ୍ କିଙ୍ଗମ୍ର ନେତାଙ୍କ ରେଟିଂ ପଏଣ୍ଟ ଉପରେ ନଜର ରଖିଛି ।

Leave A Reply

Your email address will not be published.