ଡାଳିମ୍ବ ଖାଇବାର ର ଉପକାରିତା

26

ବର୍ତ୍ତମାନ ସମୟରେ ସାରା ପୃଥିବୀରେ ଯେଉଁଭଳି ଭାବରେ କରୋନା ମହାମାରୀ ବଢିଚାଲିଛି ,ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟ କୁ ନେଇ ବେଶ ସଚେତନ ହେଲେଣି I ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି I ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଜୀବାଣୁ (କରୋନାଭାଇରସ୍) କୁ ରୋକିବାରେ ଏପର୍ଯ୍ୟନ୍ତ ଦୁନିଆରେ କୌଣସି ସ୍ଥାୟୀ ଔଷଧ ବାହାରି ପାରିନାହିଁ I ଏଭଳି ପରିସ୍ଥିତିରେ କେବଳ ଶରୀରର ଶକ୍ତିଶାଳୀ ପ୍ରତିରୋଧକ ଶକ୍ତି ଦ୍ୱାରା ହିଁ ଏହି ମହାମାରୀ ଠାରୁ ଜିତାଯାଇପାରିବ I
ଡାଳିମ୍ବ ହେଉଛି ସ୍ୱାସ୍ଥ୍ୟର ଭଣ୍ଡାର
ଆମେ ଆମର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବାକୁ ବିଭିନ୍ନ ପାରମ୍ପାରିକ ଏବଂ ଆୟୁର୍ବେଦିକ ଜିନିଷ ବ୍ୟବହାର କରିଥାଉ I ବିଶେଷଜ୍ଞ ଙ୍କ ମତରେ ଡାଳିମ୍ବ ହେଉଛି ଏପରି ଏକ ଫଳ, ଯାହାକୁ ସ୍ୱାସ୍ଥ୍ୟର ଭଣ୍ଡାର କୁହାଯାଏ I ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ I ତେବେ ଆସନ୍ତୁ ଜାଣିବା ଡାଳିମ୍ବର ଉପକାରିତା ବିଷୟରେ :

ଯେଉଁ ମାନଙ୍କର ପେଟ ଗଣ୍ଡଗୋଳ ଥାଏ କିମ୍ବା ହଜମ ଶକ୍ତି କମି ଯାଉଥାଏ ଡାଳିମ୍ବ ଖାଇବା ଦ୍ୱାରା ପେଟର ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୁଏ I ଏହା ବାଦ ଯେଉଁମାନଙ୍କର ବାରମ୍ବାର ପେଟ ବାଥ ହେଉଥାଏ ,ପ୍ରତିଦିନ ଡାଳିମ୍ବ ଖାଇବା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ I ଏହା କରିବା ଦ୍ୱାରା ସେମାନେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ପାଆନ୍ତି I
ଶରୀରର ମାଂସପେଶୀ ଶକ୍ତିଶାଳୀ
ଡାଳିମ୍ବରେ ପ୍ରୋଟିନ୍, ଭିଟାମିନ୍ ସି, ଫାଇବର, ଭିଟାମିନ୍ କେ, ଫୋଲେଟ୍ ଏବଂ ପୋଟାସିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ I ଡାଳିମ୍ବ ଖାଇବା ଦ୍ୱାରା ଶରୀରର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଦୃଷ୍ଟି ଶକ୍ତି ବଢ଼ାଇ ଥାଏ I ପ୍ରତିଦିନ ଡାଳିମ୍ବ ଜୁସ ପିଇବା ଦ୍ୱାରା ସ୍ମରଣଶକ୍ତି ହ୍ରାସ ,ବା ଆଲଜିମରସ ଏବଂ ପ୍ରଦାହ ଜନିତ ସମସ୍ୟାକୁ ମଧ୍ୟ ଠିକ କରିଥାଏ I
ଯେଉଁମାନଙ୍କର ରକ୍ତହୀନତା ଥାଏ, ଡାକ୍ତରମାନେ ସେମାନଙ୍କୁ ପ୍ରତିଦିନ ଡାଳିମ୍ବ ଖାଇବାକୁ ପରାମର୍ଶ ଦିଅନ୍ତି I ଏହା ସହିତ ଡାଳିମ୍ବ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ I
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଦୁଇ ସପ୍ତାହ ପର୍ଯ୍ୟନ୍ତ ଆମେ ପ୍ରତିଦିନ କିଛି କିଛି ମାତ୍ରାରେ ଡାଳିମ୍ବ ଖାଉ ତାହା ଆମ ରକ୍ତଚାପକୁ ସନ୍ତୁଳିତ ରଖିବାରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ Iଏହା ସହିତ, ନିମ୍ନରକ୍ତଚାପ ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ I
ଡାଳିମ୍ବରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥାଏ I ଯାହା ଶରୀରକୁ ମେଦବହୁଳତା ଏବଂ ଟାଇପ୍-୨ ମଧୁମେହରୁ ରକ୍ଷା କରିଥାଏ I ଯେଉଁମାନେ ନିୟମିତ ଭାବରେ ଡାଳିମ୍ବ ଖାଉଛନ୍ତି, ସେମାନେ ଡାଇବେଟିସ ରୋଗରୁ ମୁକ୍ତି ପାଆନ୍ତି I

Leave A Reply

Your email address will not be published.