ରାଜ୍ୟରେ ୨୪ ଘଣ୍ଟାରେ ୧୦୩୬୮ ସଂକ୍ରମିତ ଚିହ୍ନଟ :୭ ମୃତ

11

ବ୍ୟାପକ ଜନ ସଚେତନତା ଟୀକାକରଣ ସତ୍ତ୍ୱେ ରାଜ୍ୟରେ ବର୍ତ୍ତମାନ ହୁ ହୁ ହୋଇ ମାଡି ଚାଲିଛି କରୋନା ସଂକ୍ରାମଣ I ଆଶ୍ବସ୍ତିକର ବିଷୟ ହେଉଛି ସଂକ୍ରମଣ ବୃଦ୍ଧି ପାଇଥିଲେ ମଧ୍ୟ ହସ୍ପିଟାଲାଇଜେସନ ସଂଖ୍ୟା କମ ରହିଛି I କରୋନା ପଛକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବାରେ ଲାଗିଛି I ସେହିଭଳି ଗତ ୨୪ ଘଣ୍ଟାରେ ୧୦ ହଜାର ୩ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୩.୯୬ ପ୍ରତିଶତ I ପ୍ରତିଥର ଭଳି ଲଗାତାର ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୩୬ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୨୯.୨୮ ପ୍ରତିଶତ ।
ସଂକ୍ରମିତ ମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୧ ହଜାର ୫୦୫, କଟକ ୯୪୦, ବାଲେଶ୍ୱର ୩୦୪, ବଲାଙ୍ଗିରରୁ ୨୫୩, ସମ୍ବଲପୁରରୁ ୨୪୭ ନୂଆ କେସ୍‌ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୭୪ ହଜାର ୨୩୪ କୋଭିଡ ଟେଷ୍ଟିଂ ହୋଇଛି । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୮୮ ହଜାର ୩୪୬ । ଟିପିଆର ରେଡ ଜୋନରେ ୨୩ ଜିଲ୍ଲା ରହିଥିବା ବେଳେ ଆକ୍ଟିଭ କେସ୍‌ ରେଡ୍‌ ଜୋନରେ ୫ ଜିଲ୍ଲା ରହିଛି । ଆକ୍ଟିଭ କେସର ୨ ପ୍ରତିଶତ ହସପିଟାଲରେ ଭର୍ତ୍ତି ହେଉଛନ୍ତି । ହସପିଟାଲରେ ୯୦ ପ୍ରତିଶତ ବେଡ ଖାଲି ରହିଛି । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୧ ହଜାର ୯୦ ।
ସେହିଭଳିରାଜ୍ୟରୁ ୭ ଜଣ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ହୋଇଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ମୃତକମାନେ ଖୋର୍ଦ୍ଧାରୁ ୫ ଜଣ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.