ରାଜଧାନୀରେ ଅଘଟଣ : ମା’କୁ ପୋଡିମାରି ଦେଲା ନିଶାସକ୍ତ ପୁଅ

20

ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ରାଜଧାନୀ ଇ ଗୋଟିଏ ସପ୍ତାହ ଭିତରେ ୩ଟି ନାରକୀୟ କାଣ୍ଡ ଘଟି ଗଲାଣି I ସେହିଭଳି ଆଜି ଆଉ ଏକ ବଡ଼ ଅଘଟଣ ଘଟିଯାଇଛି ରାଜଧାନୀ କଳିଙ୍ଗ ନଗର ବସ୍ତିରେ Iଖାଇବାକୁ ଦେବାକୁ ବିଳମ୍ବ ହେବାରୁ ନିଶାସକ୍ତ ପୁଅ ମାକୁ ଆକ୍ରମଣ କରିଥିଲା I ଏହାପରେ ମା’ ବେହୋସ ହୋଇପଡ଼ିବାରୁ କୁଳାଙ୍ଗାର ପୁଅ ଅତି ବିଭତ୍ସ ଭାବରେ ମା’କୁ ହତ୍ୟା କରି ଘର ଭିତରେ ପୋଡି ଦେଇଥିଲା ଇ ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପୁଲିସ ଦରପୋଡ଼ା ଅବସ୍ଥାରେ ମୃତଦେହକୁ ଜବତ କରିବା ସହ ଘଟଣାର ଖୋଳତାଡ଼ କରୁଛି। ତାସହ ଅଭିଯୁକ୍ତ ପୁଅକୁ ପୁଲିସ ଅଟକ ରଖିଛି। ତେବେ କେଉଁ କାରଣରୁ ପୁଅ ଏଭଳି ନାରକୀୟ କାଣ୍ଡ ଭିଆଇଛି, ସେନେଇ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ଓରଫ କାଳିଆ। ମୃତ ମହିଳା ହେଲେ ରଶ୍ମିତା ଜେନା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave A Reply

Your email address will not be published.