ରେଡ ସମୟରେ ଲକର ରୁ ମିଳିଲା ୩୦ କୋଟି ଟଙ୍କା ମୂଲ୍ୟର ସୁନା

26

ମୁମ୍ବାଇ ସ୍କିଲ ଇନ୍‌ଫ୍ରାଷ୍ଟ୍ରକ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ନିକିଲ ଗାନ୍ଧିଙ୍କ ଲକରରୁ ପାଖାପାଖି ୩୦ କୋଟି ତାଙ୍କ ମୂଲ୍ୟର ସୁନା ଏବଂ ହୀରା ର ଅଳଙ୍କାର ମନ ଜବତ କରିଛି ମୁମ୍ବାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) I ଗତ କାଲି ରାତିରୁ ଦକ୍ଷିଣ ମୁମାଇ ଏବଂ ମଧ୍ୟ ମୁମ୍ବାଇର ଦୁଇଟି ବ୍ୟାଙ୍କରେ ଗାନ୍ଧି ଏବଂ ତାଙ୍କ ସହଯୋଗୀଙ୍କର ଥିବା ଲକର ଉପରେ ଚଢ଼ାଉ ଆରମ୍ଭ କରିଛି ଇଡି। । ତେବେ ସ୍କିଲ ଇନ୍‌ଫ୍ରାଷ୍ଟ୍ରକ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ନିକିଲ ଗାନ୍ଧିଙ୍କ ଦୁଇଟି ବ୍ୟାଙ୍କରୁ ଇଡି ୧୦ଟି ଲକର ଠାବ କରିଛି। ତେବେ ସବୁ ଲକର ଖୋଲା ଯାଇନଥିବା ଜଣାପଡ଼ିଛି। ନିଖିଲ ଗାନ୍ଧିଙ୍କର ସ୍କିଲ ଇନଫ୍ରାଷ୍ଟ୍ରକ୍ଚର ଫାର୍ମ ଆଇଏଏଲ ଆଣ୍ଡ ଏଫଏସ୍‌(IFIN)ଠାରୁ ଲୋନ ଆଣିଥିଲା। ପରେ ଏହି କମ୍ପାନୀ ଖିଲାପକାରୀ ଭାବେ ସାବ୍ୟସ୍ତ ହୋଇଥିବା ବେଳେ ନନ୍ ପରଫର୍ମିଂ ଲିଷ୍ଟରେ(ଏନପିଏ) ଅନ୍ତର୍ଭୃକ୍ତ ହୋଇଥିଲା । ନିଖିଲଙ୍କର ନବି ମୁମ୍ବାଇ ସ୍ୱତନ୍ତ୍ର ଅର୍ଥ ନୈତିକ ଜୋନ୍(ଏସଇଜେଡ୍)ରେ ପ୍ରାୟ ୧୫ ପ୍ରତିଶତ ଷ୍ଟେକ ରହିଛି।
ଯାହା ଜଣ ପଡିଛି ନିଖିଲ ଗାନ୍ଧୀଙ୍କର ସ୍ଥାବର ଓ ଅସ୍ଥାବରକୁ ମିଶାଇ ପ୍ରାୟ ୬୦୦-୭୦୦ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଇଡି।

Leave A Reply

Your email address will not be published.