ପ୍ରସିଦ୍ଧ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ଦେହାନ୍ତ

15

ପ୍ରସିଦ୍ଧ କଥକ ନୃତ୍ୟଗୁରୁ ପଦ୍ମଭୂଷଣ ପଣ୍ଡିତ ବିରଜୁ ମହାରାଜ ରବିବାର ମଧ୍ୟ ରାତ୍ରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା I ମହାରାଜ ଙ୍କ ଦେହାନ୍ତ ଖବର ତାଙ୍କ ନାତି ସ୍ଵରାନ୍ସ ମିଶ୍ର ସୋସିଆଲ ମିଡିଆ ରେ ସୂଚନା ଦେଇଥିଲେ।
ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ୧୬ ତାରିଖ ଦିଲ୍ଲୀ ରେ ନିଜ ବାସଭବନ ରେ ପରିବାର ବର୍ଗଙ୍କ ରହୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ I ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରସିଦ୍ଧ ଗାୟକ ଗାୟିକା ମାଳିନୀ ଅବସ୍ଥି ଏବଂ ଅଦନIନ୍ ସାମି ଟ୍ୱିଟର ପୋଷ୍ଟ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାଳିନୀ ଅବସ୍ଥି ଟ୍ୱିଟ୍ କରି କହିଛନ୍ତି, ‘ଆଜି ଭାରତୀୟ ସଙ୍ଗୀତର ଲୟ ବନ୍ଦ ହୋଇଯାଇଛି। ସ୍ୱର ଚୁପ୍ ହୋଇଗଲା । ମୂଲ୍ୟ ଶୂନକୁ ଖସିଗଲା Iକଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜ ଆଉ ନାହାଁନ୍ତି। ଲଖନଉ ର ଦେଓଡି ଆଜି ଶୂନ୍ୟ ହୋଇଗଲା I

Leave A Reply

Your email address will not be published.