ଆର୍ଥିକ ପ୍ରଗତି ପାଇଁ ଘରେ ଲଗାନ୍ତୁ ଏହି ଫୁଲ ଗଛ

17

ଧାର୍ମିକ ଶାସ୍ତ୍ରରେ ତୁଳସୀ ଗଛ କୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ I ସେହି ଅନୁସାରେ ଆପଣ ତୁଳସୀ ଗଛ ସହିତ ଘରେ ହରିସିଙ୍ଗର ଅର୍ଥାତ ଗଙ୍ଗଶିଉଳି ଗଛ ଲଗାନ୍ତୁ ଏହା ଆର୍ଥିକ ପରିସ୍ଥିକୁ ସୁଦୃଢ କରିଥାଏ I
ମାତା ଲକ୍ଷ୍ମୀ ବାସ କରିଥାନ୍ତି
ଧାର୍ମିକ ବିଶ୍ୱାସ ରହିଛି ଯେ ମା’ ଲକ୍ଷ୍ମୀ ଏହି ଗଙ୍ଗଶିଉଳି ଗଛରେ ରହିଥାନ୍ତି । ତେଣୁ ଏହି ଗଛ କୁ ଘରର ପ୍ରାଙ୍ଗଣରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ I ଏହା ଘରର ନକାରାତ୍ମକ ଶକ୍ତିକୁ ଦୂର ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ସୌହାର୍ଧ୍ୟ ବଢ଼ାଇଥାଏ I

ପାରିବାରିକ କଳହ ଦୂର ହୁଏ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରେ ଗଙ୍ଗଶିଉଳି ଗଛ ଲଗାଇବା ଦ୍ୱାରା ପାରିବାରିକ ଅଶାନ୍ତି ଏବଂ ଅଯଥା କଳହ ଦୂର ହୋଇଥାଏ I ଏହା ମାନସିକ ଚାପକୁ ଦୂର କରିଥାଏ ଏବଂ ଘରର ଆର୍ଥିକ ଅବସ୍ଥା କୁ ମଧ୍ୟ ସୁଦୃଢ କରିଥାଏ I

ମାନ୍ୟତା ରହିଛି ଯେ ଏହି ଫୁଲ ମାତା ଲକ୍ଷ୍ମୀଙ୍କ ର ଅତ୍ୟନ୍ତ ପ୍ରିୟ ଅଟେ ତେଣୁ ପୂଜା ଘରେ ମା’ ଲକ୍ଷ୍ମୀଙ୍କ ନିକଟରେ ଗଙ୍ଗଶିଉଳି ଫୁଲ ଅର୍ପଣକରନ୍ତୁ I, ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇ ଭକ୍ତମାନଙ୍କୁ କୃପା କରିଥାନ୍ତି I

ଏହା ସହିତ ଏହି ଗଛ ର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି I ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ମାନସିକ ଚାପ ଅର୍ଥାତ ଡିପ୍ରେସନ ରେ ରହୁଥାନ୍ତି , ତା’ହେଲେ ଏହି ଫୁଲର ସୁଗନ୍ଧକୁ ଏକ ମାସ ଧରି ନେଲେ ମାନସିକ ଚାପ ଦୂର ହୋଇ ବ୍ୟକ୍ତି ଧୀରେ ଧୀରେ ସୁସ୍ଥ ହୋଇଥାଏ I ଏହାର ପତ୍ର ର ରସ ଏବଂ ଫୁଲ ର ରସ ବାହାର କରି ସକାଳେ ଦୁଇ ଚାମଚ ମାତ୍ରରେ ଏକ ସପ୍ତାହ ପିଇଲେ ହଜମ ଶକ୍ତି ବୃଦ୍ଧି ହୋଇଥାଏ I ଏହାର ଫୁଲ କୁ ଆର୍ଥ୍ରାଇଟିସରେ ମଧ୍ୟ ବ୍ୟବହୃତ ହୁଏ I ଏହା ସହିତ, ହାଡ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ଇ ଯଦି ଆପଣଙ୍କୁ ଥଣ୍ଡା କାଶ କିମ୍ବା ବହୁତ ଦିନ ରୁ ମ୍ୟାଲେରିଆ ଲାଗି ରହୁଥାଏ ,ତେବେ ପ୍ରତିଦିନ ସକାଳେ ମହୁ ସହିତ ଏକ ଚାମଚ ମାତ୍ରାରେ ରସ ପିଅନ୍ତୁ ଅଳ୍ପ ଦିନ ମଧ୍ୟରେ ଏଥିରୁ ଉପଶମ ମିଳିବ I

Leave A Reply

Your email address will not be published.