ଆଜି ରାଜ୍ୟରୁ ୩୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

18

ଆଜି ରାଜ୍ୟରୁ ୩୨ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଆଜି ର ସଂକ୍ରମିତ ଙ୍କୁ ମିଶାଇ ରାଜ୍ୟରୁ ମୋଟ ଓମିକ୍ରନ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି I ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ସଂକ୍ରମିତ । ଖୋର୍ଦ୍ଧାରୁ ୩୦୮୭, ସୁନ୍ଦରଗଡରୁ ୧୯୪୩, କଟକରୁ ୯୦୯, ବାଲେଶ୍ୱରରେ ୩୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତକାଲି ତୁଳନାରେ ଆଜି ୫୮୩ ମାମଲା ବୃଦ୍ଧି ଘଟିଛି । ତେବେ କେବଳ ଜାନୁଆରୀ ମାସର ୧୫ ଦିନରେ ଚିହ୍ନଟ ହୋଇଛନ୍ତି ୬୭ ହଜାର ୯୦୨ ସଂକ୍ରମିତ । ଏଥିସହିତ ରାଜ୍ୟରେ ୫୦ ହଜାର ପାର କରିଛି ଆକ୍ଟିଭ ମାମଲା । ଟିପିଆର ହିସାବରେ ରେଡ ଜୋନ ସଂଖ୍ୟା ୧୫ରେ ପହଞ୍ଚିଲାଣି । ସକ୍ରିୟ ସଂକ୍ରମିତ ମାମଲାରେ ୬ ଜିଲ୍ଲା ୟେଲୋ ଜୋନରେ ପହଞ୍ଚିଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଲକ୍ଷଣ ନଥିଲେ କୋଭିଡ଼ ଟେଷ୍ଟ ନକରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ ପରିକି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ ତ ଟେଷ୍ଟିଂ ଦରକାର ନାହିଁ ବୋଲି ସେହିଛନ୍ତି ।

Leave A Reply

Your email address will not be published.