ଜାନୁୟାରୀ ୨୩ରୁ ଆରମ୍ଭ ହେବ ଦେଶର ଗଣତନ୍ତ୍ର ଦିବସ ଉତ୍ସବ

18

ଜାନୁୟାରୀ ୨୬ ରେ ନୁହେଁ ଏଣିକି ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ କରାଯିବ I ପ୍ରତିବର୍ଷ ଜାନୁଆରୀ ୨୪ରୁ ଦେଶରେ ଗଣତନ୍ତ୍ର ଦିବସ ପାଇଁ ଉତ୍ସବ ପାଳନ ଆରମ୍ଭ ହୋଇଥାଏ। ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ନିଷ୍ପତି କ୍ରମେ ଏହି ଉତ୍ସବ କୁ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ଜାନୁୟାରୀ ୨୩ ରୁ ପାଳନ କରାଯିବ I କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ସୂଚନା ଥାଉକି ୧୯୫୦ ମସିହା ଠାରୁ ପ୍ରତିବର୍ଷ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଇଁ ଇଣ୍ଡିଆ ଗେଟ୍ ସାମ୍ନାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ।ଏହିଦିନ ଦେଶର ରାଷ୍ଟ୍ରପତି ଲାଲକିଲ୍ଲାଠାରେ ଜାତୀୟ ପତାକା ଉର୍ତ୍ତୋଳନ କରିଥାନ୍ତି । ଏହି ଅବସରରେ ଭାରତୀୟ ସେନା ନିଜର ପରାକ୍ରମ ବି ପ୍ରଦର୍ଶନ କରିଥାଏ । ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରୁ କଳାକାର ମାନେ ରାଜ୍ୟର କଳା ଓ ସଂସ୍କୃତିକୁ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥାନ୍ତି । ଏଥିରେ ଦେଶର ବିବିଧତାର ଝଲକ ଦେଖିବାକୁ ମିଳିଥାଏ । ପୂର୍ବରୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ। ଏବେ ଗଣତନ୍ତ୍ର ଦିବସ ଉତ୍ସବ ସହ ନେତାଜୀ ଜୟନ୍ତୀକୁ ପାଳନ କରି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
ସେହିପରି ଦେଶର ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ, ଅକ୍ଟୋବର ୩୧କୁ ଜାତୀୟ ଏକାତା ଦିବସ(ସର୍ଦ୍ଦାର ପଟେଲଙ୍କ ଜନ୍ମ ତିଥି), ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ(ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି), ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଓ ଡିସେମ୍ବର ୨୬କୁ ବୀର ବIଳ ଦିସବ(ଗୁରୁ ଗୋବିନ୍ଦ ସିଂହଙ୍କ ୪ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି) ଭାବେ ପାଳନ କରାଯିବ।

Leave A Reply

Your email address will not be published.