ରାଜ୍ୟରେ ଆଜିଠାରୁ ଖସିବ ପାରଦ,ବଢିବ ଶୀତ

91

ଆସନ୍ତା ୩/୪ ଦିନ ଭିତରେ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ ଇ ଏହା ଫଳରେ ରାଜ୍ୟରେ ପୁଣି ଥରେ ଶୀତ ର ପ୍ରକୋପ ବଢିବ I ଗତ ୪ରୁ ୫ ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ କାରଣରୁ ପାଗ କୋହଲା ରହିବ ସାଙ୍ଗକୁ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ କୁଆପଥର ମାଡ଼ ସହ ବର୍ଷା ମଧ୍ୟ ହେଇଯାଇଛି I ଏହାରି ପ୍ରଭାବରେ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଜାଡ ଅନୁଭୂତ ହେଉଛି I ତେବେ ଆଉ ୨୪ ଘଣ୍ଟା ଏଭଳି ସ୍ଥିତି ରହିବା ପରେ ପାଗରେ ପରିବର୍ତ୍ତନ ଆସିପାରେ । ଶୀତ ପୁଣି ଲେଉଟିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବାକି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ବର୍ଷା । ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ । ୧୮ ଏବଂ ୧୯ ତାରିଖରେ ସକାଳେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.