ଭୁଲ ରେ ମଧ୍ୟ ଘରେ ଏହି ସ୍ଥାନରେ ତୁଳସୀ ଗଛ ଲଗାନ୍ତୁ ନାହିଁ

19

ହିନ୍ଦୁ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ଅତ୍ୟନ୍ତ ପବିତ୍ର ହୋଇଥାଏ I ମାନ୍ୟତା ଅନୁସାରେ ମା ‘ ଲକ୍ଷ୍ମୀ ଏଥିରେ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ତେଣୁ ତୁଳସୀ ଙ୍କୁ ମା ‘ବୃନ୍ଦାବତୀ ‘ ରୂପରେ ମଧ୍ୟ ପୂଜା କରାଯାଇଥାଏ Iଏହା ସହିତ ତୁଲସୀ ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଏହା ସର୍ବଦା ଭଗବାନ ଙ୍କ ମସ୍ତକରେ ଶୋଭା ପାଇଥାଏ ଏହା ସହିତ ତୁଳସୀ ପତ୍ର ନ ପଡିଲେ ଭଗବାନ ଙ୍କୁ ପ୍ରସାଦ ଲାଗି ହେଇପାରି ନ ଥାଏ I ତେଣୁ ଆମକୁ ଘରେ ତୁଳସୀ ଗଛ ଲଗାଇବା ସମୟରେ କେତେକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ I ଆସନ୍ତୁ ଜାଣିବା :

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଆପଣଙ୍କ ଘରେ ତୁଲସୀ ଗଛ ଲଗାଉଛନ୍ତି , ତେବେ ଆପଣ ଏହାକୁ ଉତ୍ତର କୋଣ ବାଲକୋନି କିମ୍ବା ଘରର ଝର୍କା ନଚେତ ଉତ୍ତର-ପୂର୍ବ ଦିଗରେ ଲଗାଇବI ଉଚିତ୍ ହେବ I କାରଣ ଉତ୍ତର ପୂର୍ବ କୋଣ ଟି ହେଉଛି ଦେବIଦେବୀ ଙ୍କ ବାସ ସ୍ଥାନ ତେଣୁ ତୁଳସୀ ଗଛ କୁ ଏହି ସ୍ଥାନରେ ଲଗାଇବା ଶୁଭ ହୋଇଥାଏ I
ଘର ର ପ୍ରବେଶ ପଥ ର ବାମ ପଟେ ଏବଂ ଘର ଭିତରୁ ବାହାରିବା ବେଳେ ଏହା ଆପଣଙ୍କ ଡାହାଣ ପଟେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ I

ତୁଳସୀ ଗଛ କୁ ଆପଣ ପଶ୍ଚିମ ଦିଗରେ ମଧ୍ୟ ଲଗାଇପାରିବେ I ମାନେ ରଖିବା ଉଚ୍ଚିତ ଦକ୍ଷିଣ-ପଶ୍ଚିମ ଦିଗରେ କିମ୍ବା ଏବଂ ଦକ୍ଷିଣ ଦିଗରେ ସବୁବେଳେ କଳା ତୁଳସୀ ଗଛ ବା ଶ୍ୟାମା ତୁଳସୀ ଲଗାନ୍ତୁ I
ସେହିପରି ଘରର କେଉଁଠି ତୁଳସୀ ଲଗାଇବେ ନାହିଁ :

ଆଜି କଲି ସ୍ଥାନ ଅଭାବରୁ ଅନେକ ଘରେ ଲୋକମାନେ ତୁଳସୀ ଗଛ କୁ ଛାତ ଉପରେ ଲଗାଇଥାନ୍ତି I ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏହାକୁ ଛାତ ଉପରେ ରଖିବା ଅନୁଚିତ I ବାସ୍ତବରେ, ଯେଉଁମାନଙ୍କର ଜାତକରେ ବୁଧ ଗ୍ରହ ଅତ୍ୟନ୍ତ ଦୁର୍ବଳ ଥିବ ସେମାନେ ଛାତ ଉପରେ ତୁଳସୀ ଗଛ ଲଗାଇବା ଉଚିତ୍ ନୁହେଁ I ଏହା କରିବା ଦ୍ୱାରା ଘର ର ଅନେକ ଆର୍ଥିକ କ୍ଷତିହୋଇଥାଏ I

ଯଦି ରାଶିରେ ବୁଧ ଗ୍ରହ ଦୁର୍ବଳ ଅଛନ୍ତି ତଥାପି, ଯଦି ତୁଳସୀ ଗଛ ଛାତ ଉପରେ ଲଗାଇବା ବ୍ୟତୀତ ଅନ୍ୟ ସ୍ଥାନ ନ ଥାଏ , ତେବେ ତୁଳସୀ ଗଛକୁ କଦାପି ପୂର୍ବ ଦିଗରେ ଲଗାନ୍ତୁ ନାହିଁ I ଆପଣ ଏହାକୁ ଉତ୍ତରରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଲଗାନ୍ତୁ ଏହା ବ୍ୟତୀତ ଏହାକୁ ପଶ୍ଚିମ ଦିଗରେ ମଧ୍ୟ ଲଗା ଯାଇପାରିବ I
ସେହିପରି କଳା ତୁଳସୀ ବା ଶ୍ୟାମା ତୁଳସୀ ସବୁବେଳେ ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମରେ ଲଗା ଯାଏ I ଶ୍ୟାମା ତୁଲସିରେ ପତ୍ରଗୁଡ଼ିକ ସମ୍ପୂର୍ଣ୍ଣ ସବୁଜ ଏବଂ ବଡ I ଯଦି ତୁଳସୀ ଙ୍କୁ ଦକ୍ଷିଣ ଦିଗରେ ଲଗାଯାଏ ତେବେ ବାସ୍ତୁ ଅନୁଯାୟୀ ଏହା ଘର ପ୍ରତି ଶୁଭ ହୋଇ ନ ଥାଏ I

ଯଦି ନିହାତି ସ୍ଥାନ ଅଭାବରୁ ତୁଳସୀ ଗଛକୁ ଛାତ ଉପରେ ରଖିବା ବ୍ୟତୀତ ଅନ୍ୟ କୋଉଠି ଜାଗା ନ ଥାଏ , ତେବେ ତୁଳସୀ ଗଛକୁ କୁ କେବେବି ଖାଲି ଲଗାନ୍ତୁ ନାହିଁ ଇ ଏହI ନିକଟରେ ଏକ ଛୋଟ କଦଳୀ ଗଛ ଲଗାନ୍ତୁ I ଉଭୟ ଗଛ କୁ ଏକାଠି ରଖନ୍ତୁ I ତୁଳସୀ ଗଛକୁ ସବୁବେଳେ ବସ୍ତ୍ର ଦେଇ ଏକ ଲାଲ ମୋୖଳି (ହାତରେ ବନ୍ଧାଯାଉଥିବା) ସହିତ ବାନ୍ଧନ୍ତୁ I ଏହା ଜନିତ ତ୍ରୁଟି କୁ ଦୂର କରିଥାଏ I

ମନେରଖନ୍ତୁ ଯେ ତୁଳସୀ ଗଛ ନିକଟରେ କୌଣସି କଣ୍ଟା ଜାତୀୟ ଗଛ କୁ ଲଗାଇବା ଉଚିତ୍ ନୁହେଁ ଇ ଏହା ଛଡା କୌଣସି ଅମାବାସ୍ୟା, ଏକାଦଶୀ, ଦ୍ୱାଦଶୀ ଏବଂ ରବିବାର ଦିନ ତୁଳସୀ ପତ୍ର ତୋଳନ୍ତୁ ନାହିଁ I ଏ ପରିକି ରବିବାର ଦିନ ତୁଳସୀ ଙ୍କ ପୂଜାକୁ ମଧ୍ୟ ବାରଣ କରାଯାଇଥାଏ I

Leave A Reply

Your email address will not be published.