ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର କୋଭିଡ କଟକଣା ଗାଇଡଲାଇନ୍:ଟେଲି ମେଡିସିନ ସେବା ଆରମ୍ଭ, ଆଇପିଡି ଓ ଓପିଡିକୁ ଗଣମାଧ୍ୟମ ଙ୍କୁ ମନା

18

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ।ଏହାରି ମଧ୍ୟରେ ସମସ୍ତ ହସ୍ପିଟାଲ ଏବଂ ମେଡିକାଲ କଲେଜ ପାଇଁ କୋଭିଡ ଗାଇଡଲାଇନ ଜାରିକରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।ଏହା ସହିତ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଜିଲ୍ଲା ହସ୍ପିଟାଲ ଗୁଡ଼ିକରେ ବର୍ହିବିଭାଗ ରୋଗୀ(ଓପିଡି)ଙ୍କ ସଂଖ୍ୟା ହ୍ରାସ ପାଇଁ ତୁରନ୍ତ ଟେଲିମେଡିସିନ୍ ସେବା ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଓପିଡିଗୁଡ଼ିକ ନିର୍ଦ୍ଧାରିତ ସମୟ ପାଇଁ ଖୋଲିବାକୁ କୁହାଯାଇଛି।
ସେହିଭଳି ଅନାବଶ୍ୟକ ଆଡମିଶନ ବନ୍ଦ ଓ କେବଳ ଜରୁରୀ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗୁରୁତର ରୋଗୀଙ୍କ ପାଇଁ କେବଳ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିଛି । ସେହିଭଳି ଗଣମାଧ୍ୟମ ଓପିଡି ଓ ଆଇପିଡିକୁ ଯାଇ ପାରିବେ ନାହିଁ ବୋଲି ବୋଲି ସ୍ୱାସ୍ଥ୍ୟ ନିର୍ଦେଶଳାୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ ରେ କୁହାଯାଇଥିବା ବେଳେ ଟେଲିମେଡିସିନ ସେବା ପାଇଁ ୨୪x୭ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.