ଢିଙ୍କିଆରେ ପୁଲିସ ଗ୍ରାମବାସୀ ମୁହଁ ମୁହିଁ : ସ୍ଥିତି ଉତ୍ତେଜନା ପୂର୍ଣ୍ଣ

22

ପାରାଦୀପ ଢିଙ୍କିଆରେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା I ଫଳରେ ପୋଲିସ ର ଲାଠିମାଡ଼ ଯୋଗୁଁ ସେଠାରେ ଉତ୍ତେଜନା ପୂର୍ଣ୍ଣ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଥିଲା । ତେବେ ପାନବରଜ ଉଛେଦ କୁ ନେଇ ଏହି ଗଣ୍ଡଗୋଳ ର ସୂତ୍ରପାତ ହୋଇଥିବା ଜଣାପଡିଛି I
ସୂଚନା ଅନୁସାରେ, ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା ହେବ। ପାଇଁ ପୂର୍ବରୁ ରାଜ୍ୟ ସରକାର ଚୁକ୍ତି କରିସାରିଛନ୍ତି I ତେବେ ଆଜି ପ୍ରଶାସନ ପକ୍ଷରୁ ସେଠାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବI ସମୟରେ ପ୍ରଶାସନର ଏପରି ନିଷ୍ପତ୍ତିକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ। ନିଜ ପାନବରଜକୁ ଭାଙ୍ଗିବାକୁ ନ ଦେବାପାଇଁ ଉଛେଦ ସ୍ଥଳରେ ଗ୍ରାମବାସୀ ରୁଣ୍ଡ ହୋଇଥିଲେ I ସେହି ସମୟରେ ଗ୍ରାମବାସୀ, ପୋଲିସକୁ ତୀବ୍ର ବିରୋଧ଼ କରିବାକୁ ଗ୍ରାମବାସୀଙ୍କୁ ଲାଠିଚାର୍ଜ କରିଥିଲା ପୋଲିସ । ଏହା ସହିତ ଗ୍ରାମବାସୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ପୁଲିସ ଭାଙ୍ଗିଦେଇଥିବା ଦେଖାଯାଇଥିଲା I

ତେବେ ଲାଠିଚାର୍ଜ ଯୋଗୁଁ ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିଲେ। ମହିଳାମାନେ ମଧ୍ୟ ପୋଲିସ ମାଡ଼ ରୁ ବାଦ ପଡିନଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ପୋଲିସର ଲାଠିମାଡ଼ରେ କିଛି ଆନ୍ଦୋଳନକାରୀ ଆହତ ହୋଇଥିଲେ I ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.