ପଞ୍ଚାୟତ ନିର୍ବାଚନ : ପ୍ରାର୍ଥୀ ରାଲି,ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି କରିପାରିବେ ନାହିଁ

29

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ଏଥର ନିର୍ବାଚନ ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ହେବ । ଏହା ସହିତ ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବେ ପ୍ରାର୍ଥୀ । ରାଲି, ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି ଉପରେ କଟକଣା ଲଗାଯାଇଛି । ତେଣୁ ଏଥର ପ୍ରାର୍ଥୀମାନେ ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ସର୍ବାଧିକ ୫ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରି ପାରିବେ । ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ୍-୧୯ର ମାର୍ଗଦର୍ଶିକା ଖିଲାପ କରନ୍ତି ତାହାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧୦୬୦ ଅନୁଯାୟୀ ଦଣ୍ଡିତ ହେବେ । ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ଏବଂ ନେଗେଟିଭ୍ ଆରଟିପିସିଆର କିମ୍ବା ଅଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୁଲିଂ ବୁଥ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ୍ ଟିକା ନେଇଥିବା ମଧ୍ୟ ଜରୁରୀ । 

Leave A Reply

Your email address will not be published.