ସରକାରୀ ଚାକିରି ପାଇଁ ବୟସ ସୀମା ବୃଦ୍ଧି : ୩୨ ବଦଳରେ ଏବେ ୩୮,ମହିଳାଙ୍କ ପାଇଁ ୪୫ ବର୍ଷ ଏହାସହ ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

14

ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ଚାହୁଥିବା ପ୍ରାର୍ଥୀ ଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ ଚାକିରି ପାଇଁ ଆବେଦନ ।
ଆଜି ସନ୍ଧ୍ୟା ୭.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୧୨ ପ୍ରସ୍ତାବକୁ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି । ଓଡ଼ିଶା ସରକାରଙ୍କ ଚାକିରିରେ ବୟସ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହାକୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ୫ ବର୍ଷ କୋହଳ କରାଯାଇଛି । ଅର୍ଥାତ୍‌ ମହିଳାମାନେ ୪୩ ବର୍ଷ ପର୍ଯ୍ୟନ୍ତ ଚାକିରି ପାଇଁ ଆବେଦନ କରିପାରିବେ ।
ଏଥିସହିତ ୫ ଟି ପାନୀୟ ଜଳ ମେଗା ପ୍ରକଳ୍ପ ପାଇଁ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି । ମୟୁରଭଞ୍ଜ କପ୍ତିପଦା ବ୍ଲକ୍‌ର ୧୫୫ ଗ୍ରାମକୁ ପାନୀୟ ଜଳ ମିଳିବା ସହିତ ଶ୍ୟାମାକୁଦା ଓ ବାରିପଦା ବ୍ଲକ୍‌ର ୨୨୨ ଗ୍ରାମକୁ ମିଳିବ ପାନୀୟ ଜଳ ସୁବିଧା । ଭୁବନେଶ୍ୱର ଆଇଆଇଟିକୁ ୬୧୮ ଏକର ୬୬ ଡେସିମିଲ୍‌ ଜମି ଯୋଗାଇ ଦିଆଯିବା ନେଇ କ୍ୟାବନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଜମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.