ପିଏମ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ଗ୍ରହଣ,ଯାଞ୍ଚ ପାଇଁ କମିଟି ଗଠିତ

14

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ରେ ତ୍ରୁଟି ଜନିତ ମାମଲାରେ ଆଜି (ସୋମବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି I ସେହି ଅନୁସାରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଏହି ମାମଲା ର ଯାଞ୍ଚ କରାଯିବ I ଏହା ସହିତ ଚଣ୍ଡିଗଡ଼ର ଡିଜିପି, ଏନଆଇଏର ଆଇଜି, ପଞ୍ଜାବର ରେଜିଷ୍ଟ୍ରାର ଜେନେରାଲ ଏବଂ ହରିୟାଣା ହାଇକୋର୍ଟ ଏବଂ ପଞ୍ଜାବର ଏଡିଜିପି ସୁପ୍ରିମକୋର୍ଟ ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହେବାକୁ କହିଛନ୍ତି। ସେହିଅନୁସାରେ ପଞ୍ଜାବ ରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌ ଫସିବା ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କଲେ ମାନ୍ୟବର ସୁପ୍ରିମକୋର୍ଟ

ସୂଚନାନୁଯାୟୀ , କିଛି ଦିନ ତଳେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍‌କେଡ ଫସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରାୟ ୧୫ ମିନିଟ୍‌ ଧରି ରାସ୍ତାରେ ଅଟକ ରଖିଥିଲେ ଚାଷୀ ମାନେ । ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ଦୃଷ୍ଟି​‌ରେ ରଖି ଫିରୋଜପୁରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ରାଲିକୁ ରଦ୍ଦ କରାଯାଇଥିଲା। ଏହାପର ଠାରୁ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି ।

ତେବେ ସୁପ୍ରିମକୋର୍ଟ ଆଜି ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କୁ ମଧ୍ୟ ତାଗିଦ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଆପଣ ଭୁଲ୍ କରିଛନ୍ତି କି ନାହିଁ ତାହା ସ୍ଥିର କରିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣ କାହିଁକି କୋର୍ଟକୁ ଆସିଛନ୍ତି? ଏଥିସହିତ ପିଏମ ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏସପିଜି ଆକ୍ଟ ଏବଂ ବ୍ଲୁ ବୁକ୍‌ର ଉଲ୍ଲଂଘନ ହୋଇଥିବା ଏସ.ଜି. ତୁଷାର ମେହେଟ୍ଟା କହିଛନ୍ତି। ତେଣୁ ଘଟଣାରେ ତ୍ୱରିତ ପଦକ୍ଷେପ ନେଇ ଭାରତ ସରକାର ଓ ପଞ୍ଜାବ ସରକାର ଏକ ତଦନ୍ତ କମିଟି ଗଠନ କରିଥିଲେ । ଯିଏକି ପୁରା ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ଏସବୁ ଭିତରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମାମଲାର ଶୁଣାଣି କରି କହିଛନ୍ତି ଯେ, ଘଟଣାରେ ଏବେ ଯାଏଁ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କରାଯାଉ।
କହିରଖୁଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ମାମଲାରେ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ଚାଲିଛି। ଏହି ମାମଲାର ଶୁଣାଣି ବେଳେ ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ ଆଜି ସକାଳ ୧୦ ଟାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ଦସ୍ତାବିଜ ପାଇଛୁ। ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କ ପରାମର୍ଶଦାତା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ରେକର୍ଡ ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରାଯାଇଛି।

Leave A Reply

Your email address will not be published.