ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧୀନ ଅବସ୍ଥାରେ ମାର୍କେଟ ବିଲ୍ଡିଂ ଉଠାଦୋକାନୀ ଙ୍କ ମୃତ୍ୟୁ
ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ରେ ଥିବା ମାର୍କେଟ ବିଲଡିଂ ର ଉଠାଦୋକାନୀ ଅଜିତ ସାହାଣୀ ଙ୍କର ମୃତ୍ୟୁ ହୋଇଛି I ସେ ବେକରେ ଶାଢ଼ୀ ଗୁଡେଇ ହୋଇ ଫ୍ୟାନରେ ଝୁଲି ପଡ଼ିଥିଲେ I ପରିବାର ଲୋକେ ଏହା ଜାଣି ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରିଥିଲେ I ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଆଜି ହସ୍ପିଟାଲ ରେ ମୃତ୍ୟୁ ବରଣ କରିଛନ୍ତି I
ସୂଚନାନୁସାରେ ଉଠା ଦୋକାନୀ ଅଜିତ ସାହାଣୀ ଦୀର୍ଘ ୨୦ ବର୍ଷ ଧରି ୨ ନମ୍ବର ମାର୍କେଟ ବିଲ୍ଡିଂଠାରେ ଏକ ନିର୍ଦ୍ଦିଷ୍ଟ ଦୋକାନ ସାମ୍ନାରେ ବସି ବେଡ଼ସିଟ ବ୍ୟବସାୟ କରିଆସୁଥିଲେ I ଏହି ସପ୍ତାହରେ କୌଣସି କାରଣ କୁ ଯୋଗୁଁ ମାର୍କେଟ ବିଲଡିଂ ଭିତରେ ଉଠାଦୋକାନୀ ଙ୍କୁ ନେଇ ବିବାଦ ଦେଖାଦେଇଥିଲା Iଏହାପରେ ୫ ଦିନ ଧରି ମାର୍କେଟବିଲ୍ଡିଂଗ ବନ୍ଦ ରହିଥଲା I ବିଏମସି ପକ୍ଷରୁ କ୍ରମେ ଘଟଣାର ସମାଧାନ କରାଯାଇ ଗତ ମଙ୍ଗଳବାର ଦିନ ମାର୍କେଟ ବିଲଡିଂ ଭିତରୁ ଉଠାଦୋକାନୀ ଙ୍କୁ ଉଚ୍ଛେଦ କରାଯାଇଥିଲା I ଉଚ୍ଛେଦ ପରେ ଅଜିତ ନିଜର ଜୀବିକା ହରାଇ ଦୁଶ୍ଚିନ୍ତାରେ ରହୁଥିଲେ I ସେ ଲକ୍ଷାଧିକ ଟଙ୍କା ଲୋନ୍ କରି ବ୍ୟବସାୟରେ ଲଗାଇଥିଲେ ଏହାକୁ କିପରି ସୁଝିବେ ସେ ନେଇ ଅଜିତ ମାନସିକ ଚାପରେ ରହିଆସୁଥିଲେ Iଆଉ ରବିବାର ସକାଳେ ବେକରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଦୋକାନ ଉଚ୍ଛେଦ ଯୋଗୁଁ ମାନସିକ ଚାପ ରେ ଥାଇ ଆତ୍ମହତ୍ୟା କରିଥିବା କଥା ପରିବାର ପକ୍ଷରୁ ଅଭିଯୋଗ ହେଉଛି I