ଡିସେମ୍ବର ୨୬ କୁ ‘ବୀର ବାଳ ଦିବସ’ରୂପେ ପାଳନ କରାଯିବ :ପ୍ରଧାନମନ୍ତ୍ରୀ

10

ପ୍ରତିବର୍ଷ ଡିସେମ୍ବର ୨୬କୁ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ । ଦଶମ ଶିଖ ଗୁରୁ ଗୋବିନ୍ଦ ସିଂଙ୍କ ଚାରି ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିନକୁ ‘ବୀର ବାଲ୍ ଦିବସ’ ରୂପେ ପାଳନ କରାଯିବ I ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଏହି ଘୋଷଣା କରିଛନ୍ତି I

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ‘ଆଜି ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବର ପବିତ୍ର ଅବସରରେ ମୋତେ ଏହି ସୂଚନା ଦେଇ ଗର୍ବ ଅନୁଭବ ହେଉଛି ଯେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୨୬ ତାରିଖ ଦିନକୁ ‘ବୀର ବାଳ’ ଦିବସ ଭାବେ ପାଳନ କରାଯିବ । ଏହା ଗୁରୁ ପୁତ୍ର ମାନଙ୍କର ସାହସ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ।’

ଏହା ସହ ପ୍ରଧନ ମନ୍ତ୍ରୀ କହିଥିଲେ ମାତା ଗୁଜରୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂ ଓ ତାଙ୍କର ସୁପୁତ୍ର ମାନଙ୍କର ବୀରତ୍ୱ ଓ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ । ସେମାନେ ଅନ୍ୟାୟ ସମ୍ମୁଖରେ କେବେ ହେଲେ ମୁଣ୍ଡ ନୁଆଇଁ ନ ଥିଲେ । ଅଧିକରୁ ଅଧିକ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାର ଏହା ହେଉଛି ସମୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ସାହିବଜାଦୌ

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ବୀର ବାଳ ଦିବସ ସେହି ଦିନ ପାଳନ କରାଯିବ ଯେଉଁ ଦିନ ସାହେବଜାଦେ ଜୋରାବର ସିଂହ ଓ ଫତେହ ସିଂହ ଜୀଙ୍କୁ ଠିଆ କରାଯାଇ ତାଙ୍କ ଚାରିପଟେ କାନ୍ଥ ଉଠାଇ ଦିଆଯାଇଥିଲା । ଏହି ଦୁଇ ମହାନୁଭବ ମାନେ ଧର୍ମର ସିଦ୍ଧାନ୍ତରୁ ହଟିବା ପରିବର୍ତ୍ତେ ମୃତ୍ୟୁକୁ ବାଛିଥିଲେ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମୋଗଲ ଆକ୍ରମଣକାରୀ ଔରଙ୍ଗଜେବର ଶାସନ କାଳରେ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ବାଳକ ପୁତ୍ର ସାହବଜାଦେ ଜୋରାବର ସିଂହ ଓ ଫତେହ ସିଂହଙ୍କୁ ଇସଲାମ ଆପଣାଇବା ପାଇଁ କୁହାଯାଇଥିଲା । ଏପରି ନ କଲେ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଔରଙ୍ଗଜେବ କହିଥିଲା । ହେଲେ ଏହି ବୀର ବାଳକମାନେ ଇସଲାମ ସ୍ୱୀକାର କରିବା ପରିବର୍ତ୍ତେ ବଳିଦାନ ଦେବାକୁ ଶ୍ରେୟସ୍କର ମନେ କରିଥିଲେ । ଏହା ପରେ ଔରଙ୍ଗଜେବର ସେନା ଏହି ଦୁଇ ବାଳକଙ୍କୁ ଠିଆ କରାଇ ତାଙ୍କର ଚାରି ପଟେ କାନ୍ଥ ଉଠାଇ ଦେଇଥିଲେ । ଏହି ଦୁଇ ବାଳକ ଧର୍ମ ପାଇଁ ହସି ହସି ମୃତ୍ୟୁକୁ ବରଣ କରିଥିଲେ ।

Leave A Reply

Your email address will not be published.