ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ୫୦% ଆସନ ମହିଳା ଙ୍କ ପାଇଁ ସଂରକ୍ଷିତ
ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା । ସେହି ଅନୁସାରେ ଅନୁସୂଚିତ ଜନଜାତି ପାଇଁ ୭ଟି ଜିଲ୍ଲା ପରିଷଦ ପଦବୀ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ପାଇଁ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲାରେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି I ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।
ତେବେ କେଉଁ ଜିଲ୍ଲାରେ କାହାକୁ ରହିଛି ସଂରକ୍ଷଣ । ଆସନ୍ତୁ ଜାଣିବା- ଅନୁଗୋଳ, କଟକ ଜିଲ୍ଲା ପାଇଁ ଅଣସଂରକ୍ଷିତ , କଳାହାଣ୍ଡି, କେନ୍ଦୁଝର ଜିଲ୍ଲା ପାଇଁ ଅଣସଂରକ୍ଷିତ, ଗଜପତି, ଦେବଗଡ଼, ନୟାଗଡ଼ ଜିଲ୍ଲା ପାଇଁ ଅଣସଂରକ୍ଷିତ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ପାଇଁ ST (ମହିଳା), କୋରାପୁଟ ଜିଲ୍ଲା ପାଇଁ ST (ମହିଳା), ନବରଙ୍ଗପୁର ଜିଲ୍ଲା ପାଇଁ ST, କେନ୍ଦ୍ରାପଡ଼ା ଜିଲ୍ଲା- SC (ମହିଳା) ରହିଛି ।
ସେହିପରି ଜଗତସିଂହପୁର- ST, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲା ପାଇଁ (ମହିଳା), ନୂଆପଡ଼ା- ମହିଳା, ପୁରୀ- ମହିଳା, ବଲାଙ୍ଗିର- ମହିଳା, ସମ୍ବଲପୁର- ମହିଳା, ଗଞ୍ଜାମ- ମହିଳା, ବରଗଡ଼ – ବାଲେଶ୍ବର ଓ ସୋନପୁର ଜିଲ୍ଲା ପାଇଁ ଅଣ ସଂରକ୍ଷିତ, ବୌଦ୍ଧ- ଭଦ୍ରକ, ଯାଜପୁର ଜିଲ୍ଲା ପାଇଁ SC, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲା ପାଇଁ ST , ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ST ରହିଛି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ୧୧ ଟା ସମୟ ରେ ରାଜ୍ୟ ନିର୍ବାଚନ କମିଶନର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି , ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କୋଭିଡ଼ ସଂକ୍ରମଣରେ ବୃଦ୍ଧି ହେଉଥିବାରୁ ନିର୍ବାଚନକୁ ଆଲୋଚନା ହୋଇଥିଲା I ତେବେ ରାଜ୍ୟରେ ହେବାକୁଥିବା ନିର୍ବାଚନ ସମ୍ପର୍କିତ ଚୂଡାନ୍ତ ନିଷ୍ପତି ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ରେ ନିଆଯିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି I