ଜାନୁଆରୀ ୧୦ରୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ୍‌ ବନ୍ଦ :ଏସ୍‌ଆର୍‌ସି

16

କରୋନା ର ଦୈନିକ ସଂକ୍ରମଣ ଚକ୍ରବୃଦ୍ଧି ହାର ରେ ବଢ଼ୁଥିବାରୁ କଟକଣାକୁ ଆହୁରି ଜୋରଦ୍ଵାର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ରେ ଅଧିକାଂଶ ସଂକ୍ରମଣ ଶିକ୍ଷାନୁଷ୍ଠାନ ଗୁଡିକରେ ଚିହ୍ନଟ ହେଉଥିବାରୁ ,ପିଲାମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। ସେହିଅନୁସାରେ ଜାନୁଆରୀ ୧୦ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ। ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶନାମା ଅନୁଯାୟୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ରହିଲେ ବି ଅନ୍‌ଲାଇନ୍ କ୍ଲାସ୍ ଜାରି ରହିବ। ଏହା ସହିତ ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ। ଅର୍ଥାତ୍ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। କଲେଜ ଓ ବିଶ୍ୱବିଦ୍ୟାଳୟ ଅନ୍‌ଲାଇନ୍‌ ବା ଭର୍ଚୁଆଲ୍ କ୍ଲାସ୍ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ।
ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ ଅଫ୍‌ଲାଇନ୍ ପରୀକ୍ଷା ଗୁଡ଼ିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନେ ଚାହିଁଲେ ହଷ୍ଟେଲରେ ରହିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଲେଖି ଦେବାକୁ ପଡ଼ିବ। ଏହି କ୍ଷେତ୍ରରେ ସଂପୃକ୍ତ ବିଭାଗ ସେମାନଙ୍କ ପାଇଁ ଏସ୍‌ଓପି ବା ଗାଇଡ୍‌ଲାଇନ୍ ଜାରି କରିବ। ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଚିଂ ସେଣ୍ଟର ଗୁଡ଼ିକ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବେ।

Leave A Reply

Your email address will not be published.