ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପିଏନ୍‌ବି ଏଟିଏମ୍,ପୋଖରୀପୁଟ ଶାଖା ଉଦ୍‌ଘାଟିତ

17

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଦିନ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଉଦ୍‌ଘାଟିତ ହୋଇଯାଇଛି । ଗ୍ରାହକଙ୍କ ସୁବିଧା ନିମନ୍ତେ ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଏହି ବ୍ୟବସ୍ଥା କରାଯାଇଛି । ଏହି ପିଏନ୍‌ବି ଶାଖା ଓ ଏଟିଏମ୍ ପୋଖରୀପୁଟ ସମେତ ଜାଗମରା, ଖଣ୍ଡଗିରି ଧର୍ମବିହାର ଅଂଚଳର ଅନେକ ଗ୍ରାହକଙ୍କର ସେବାରେ ଉପଲବ୍ଧ ହୋଇପାରିବ I
ଏହି ନୂତନ ଏଟିଏମ୍‌ର ଉଦ୍‌ଘାଟନ ସମୟରେ ସୋଆର ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ପିଏନ୍‌ବି ଭୁବନେଶ୍ୱର ସର୍କଲ୍‌ର ମୁଖ୍ୟ ପରେଶ କୁମାର ଦାସ, ପୋଖରୀପୁଟ ଶାଖାର ମୁଖ୍ୟ ସୌମିତ୍ରୀ ପତି, ପୂର୍ବତନ ବ୍ରାଂଚ ମୁଖ୍ୟ ହିମାଂଶୁ ଶେଖର ମହାପାତ୍ର ଓ ସୋଆର ଚିଫ୍ ଫାଇନାନ୍ସ ଅଫିସର ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.