କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ,୧୫ ଦିନ ପର୍ଯ୍ୟନ୍ତ ସମ୍ବଲପୁର ବାର୍‌ କାଉନ୍ସିଲ ବନ୍ଦ

16

ସମ୍ବଲପୁର ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଠାରୁ ଆସନ୍ତା ୧୫ ଦିନ ଯାଏ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ (ବାର କାଉନ୍ସିଲ) ବନ୍ଦ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ତେବେ ଅତି ଜରୁରୀ ମାମଲାର ଶୁଣାଣିରେ ଭର୍ଚୁଆଲ୍‌ ମୋଡ୍‌ରେ କରାଯିବା ନେଇ ନିଷ୍ପତ୍ତି ରେ କୁହାଯାଇଛି । ସୂଚନାନୁସାରେ ବର୍ତ୍ତମାନ ଯାଏ ସମ୍ବଲପୁରର ବାର୍‌ର ୧୦-୧୫ ଜଣ ସଦସ୍ୟ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତିରେ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତି ଉପରେ ଆଇନ୍‌ଜୀବୀମାନେ ଅନିଚ୍ଛାବ୍ୟକ୍ତ କରିଛନ୍ତି । ସେପଟେ, ରେଭେନ୍ୟୁ କୋର୍ଟ ଓ ଡିଏସ୍‌ଆର୍‌ ଅଫିସ୍‌ରେ ଉପସ୍ଥିତି ବି ଆସନ୍ତା ୧୫ ଦିନ ଯାଏ ବନ୍ଦ ରଖିବାକୁ ବାର୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏକ ପ୍ରେସ୍‌ ବିବୃତି ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେପଟେ ନୂଆବର୍ଷ ଠାରୁ ରାଜ୍ୟରେ ଅଚାନକ କରୋନା ସଂକ୍ରମଣ ଦୈନିକ ଦୁଇଗୁଣI ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ଦୃଷ୍ଟି ରଖି ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନେଇ ଗାଇଡ଼ଲାଇନ୍ ଜାରି କରିଛନ୍ତି। ବିଭିନ୍ନ ମହଲରୁ ସପ୍ତାହାନ୍ତ ସଟଡାଉନ ନେଇ ଚର୍ଚା ଜୋର ଧରିଲାଣି I

Leave A Reply

Your email address will not be published.