ଜାରି ହେଲା ନୂଆ କୋଭିଡ ଗାଇଡ଼ ଲାଇନ : ରାତି ୯ ଟା ରୁ ନାଇଟ୍‌କର୍ଫ୍ୟୁ ,୫୦ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍

15

ରାଜ୍ୟରେ କରୋନା ର କଡ଼ ଲେଉଟାଣି ଯୋଗୁଁ ନୂଆବର୍ଷ ଠାରୁ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ I କୋଭିଡ ସଂକ୍ରମକୁ ନେଇ ଆଜି ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏହା ସହିତନୂଆ ଗାଇଡ଼ ଲାଇନ ଅନୁସାରେ ରାଜ୍ୟରେ ସମସ୍ତ ସହରାଞ୍ଚଳ ଗୁଡିକରେ ଏଣିକି ରାତି ୧୦ ଟା ପରିବର୍ତ୍ତେ ରାତି ୯ ଟାରୁ ଟାରୁ ନାଇଟ୍‌କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ୭ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁହେବ । ଏହା ସହିତ ରାଜ୍ୟରେ ଦ୍ବାଦଶ ଶ୍ରେଣୀ ଯାଏଁ କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ ।ଏହାସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏସେହିଭଳି ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । କିନ୍ତୁ ଗତ କଲି ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ସମେଟିଭ୍‌ ପରୀକ୍ଷା ଚାଲୁରହିବ । ଅନ୍ୟପଟେ ରାଜ୍ୟରେ ହାଟ, ଦୋକାନ ବଜାର​‌ରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍‌ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁୁ ସିଲ୍‌ କରାଯିବ ବୋଲି ଏସ ଆର ସି ସୂଚନା ଦେଇଛନ୍ତି I ।

Leave A Reply

Your email address will not be published.