ଭୁବନେଶ୍ୱର ଡିସିପି ଅଫିସ ସିଲ :୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ

9

ରାଜ୍ୟରେ ଅଣାୟତ ପରିସ୍ଥିତିରେ ପହଂଚିଲାଣି କରୋନା ସହିତ ଓମୀକ୍ରନ ସଂକ୍ରମଣ । ଗତ ୩ ଦିନ ମଧ୍ୟ ରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ I ଆଜି ସେହିଭଳି ରାଜଧାନୀ ଭୁବନେଶ୍ୱରର ସ୍ଥିତ ବାଣୀବିହାର ଡିସିପି ଅଫିସ୍‌ରେ ଏକା ଥରକେ ୧୦ ଉର୍ଦ୍ଧ୍ବ କର୍ମଚାରୀ ସଂକ୍ରମିତ ହେବା ପରେ ଡିସିପି ଅଫିସ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍‌ କରିଛି ବିଏମ୍‌ସି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର। ଏହା ସହିତ ଡିସିପି ଅଫିସ ଭିତରକୁ ବାହାରୁ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନି। ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟାଳୟ ଭିତରେ ହିଁ ରହିବାକୁ କୁହାଯାଇଛି।

Leave A Reply

Your email address will not be published.