‘ନାଇଜର’କୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା : ଏକାଥରକେ ୩୧ କରୋନା ସଂକ୍ରମିତ ଚିହ୍ନଟ

10

ରାଜ୍ୟରେ ବର୍ତ୍ତମାନ ନିଦ ହଜାଇ ଦେଲାଣି ଦୈନିକ ବୃଦ୍ଧି ପାଉଥିବା କରୋନା ଗ୍ରାଫ । ଗତ ୩ ଦିନ ମଧ୍ୟ ରେ କରୋନା ସଂକ୍ରମଣ ୬୦୦ ପାର କରିସାରିଲେଣି I ସେହିଭଳି ଆଜି ମଙ୍ଗଳବାର ଜଟଣୀ ସ୍ଥିତ ନାଇଜରରୁ ଏକାଥରକେ ୩୧ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I

ସୂଚନାନୁସାରେ ଜଟଣୀ ସ୍ଥିତ ନାଇଜର କଲେଜ ରୁ ୩୦ ଜଣ ଛାତ୍ର ଛାତ୍ରୀ ଙ୍କ ସହିତ ଜଣେ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବ ପରେ ସମସ୍ତଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖଯାଇଛି । ତେବେ ଯଦି ସ୍ଥିତି ଗମ୍ଭୀର ହୁଏ ମେଡ଼ିକାଲ ନିଆଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି I

ସେପଟେ ନାଇଜରରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହେବ ପରେ କ୍ୟାମ୍ପସକୁ ସାନିଟାଇଜ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜଟଣୀ ମ୍ୟୁନିସିପାଲିଟି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି ।
ସେହିଭଳି ଆଜି ପୁରୀ ପୌରସଂସ୍ଥା ଅଧୀନରେ ଥିବା ଏକ ହୋଟେଲ ରୁ ୩ ଜଣ ସଂକ୍ରମିତ ବାହାରିବା ପରେ ,ପୁରୀ ସ୍ଥିତ ୧୧ ନ.ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି I ରାଜ୍ୟରେ ଧୀରେ ଧୀରେ ବେକାବୁ ହେଉଛି କରୋନା ପରିସ୍ଥିତି ସେହି ଭଳି ଆଜି ରାଜ୍ୟ ରୁ ସଂକ୍ରମିତ ଙ୍କ ସଂଖ୍ୟା ୭୦୦ ପାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛିବ କଥା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି I

Leave A Reply

Your email address will not be published.