ପୁରୀ : ହୋଟେଲ ସୋନା ଇଣ୍ଟରନ୍ୟାସନାଲ ରେ ୩ ସଂକ୍ରମିତ ଚିହ୍ନଟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

12

ପୁରୀ ସମୁଦ୍ର କୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପୁରୀ ପ୍ରଶାସନ । ପୁରୀ ପୌର ସଂସ୍ଥା ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସନାଲ ରେ ଗତ ରବିବାର ଦିନ ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବI ପରେ ଉକ୍ତ ହୋଟେଲ ସହିତ ଏହାର ଆଖପାଖ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଚିହ୍ନଟ ସଂକ୍ରମିତ ପୁରୀ ସହରର ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବୋଲି ଜଣାପଡିଛି ।

ତେବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ଲୋକ ବାହାରକୁ ବାହାରିବେ ନାହିଁ କି ବାହାର ଲୋକ ଏହି ଅଞ୍ଚଳରୁ ପ୍ରବେଶ କରିପାରିବେନାହିଁ । ଦୋକାନ ବଜାର ବନ୍ଦ ରହିବା ସହ ଅତ୍ୟବଶ୍ୟକୀୟ ସାମଗ୍ରୀ ବିଭିନ୍ନ ଟିମ୍ ଜରିଆରେ ପଠାଇବାକୁ ପୁରୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି Iସେପଟେ ଭକ୍ତଙ୍କ ପାଇଁ ୩ଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ପୁଣି ଖୋଲିଛି । ତେବେ ସୋମବାର ମଧ୍ୟ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସହରାଞ୍ଚଳରେ ୭ଜଣ କୋଭିଡ୍ ପଜିଟିଭ ରହିଛନ୍ତି ।

Leave A Reply

Your email address will not be published.