‘ନାଲି ଚନ୍ଦନ କାଠ’ର କରନ୍ତୁ ଏହି ଅତୁଟ ଉପାୟ

8

ସନାତନ ଧର୍ମରେ ପୂଜାପାଠ ସମୟରେ ଚନ୍ଦନ କାଠର ବ୍ୟବହାର ନିହାତି ଆବଶ୍ୟକ Iଏହି ଚନ୍ଦନ କାଠ ମଧ୍ୟ ଅନେକ ପ୍ରକାରର ଥାଏ , ଯେପରିକି ଧଳା ଚନ୍ଦନ , ନାଲି ଚନ୍ଦନ ଏବଂ ହଳଦିଆ ଚନ୍ଦନ I ବିଭିନ୍ନ ଦେବୀ ଦେବତାଙ୍କ ପୂଜାରେ ବିଭିନ୍ନ ଚନ୍ଦନ କାଠ ବ୍ୟବହୃତ ହୁଏ କୌଣସି ତାନ୍ତ୍ରିକ ପୂଜା ବା ସୂର୍ଯ୍ୟ ପୂଜାରେ ଲାଲ ଚନ୍ଦନ କାଠର ପ୍ରୟୋଗ ଅତ୍ୟନ୍ତ ଉପଯୋଗୀ ହୋଇଥାଏ I ସଠିକ ଭାବରେ ଏହାର ଏହି ଲାଲ ଚନ୍ଦନ କାଠର ବ୍ୟବହାର କଲେ ଏହା ପ୍ରଭାବଶାଳୀ ହୋଇ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଏ I ଲାଲ୍ ଚନ୍ଦନ କାଠ ର ସଠିକ ପ୍ରୟୋଗ କଲେ ବ୍ୟକ୍ତି ଙ୍କର ଆର୍ଥିକ ସମସ୍ୟା ଦୂର ହୋଇଭାଗ୍ୟ ଉଜ୍ଜ୍ୱଳ କରିଥାଏ Iତେବେ ଆସନ୍ତୁ ଜାଣିବା ଏହି ଲାଲ ଚନ୍ଦନ କାଠର ସଠିକ ବ୍ୟବହାର ବିଷୟରେ :

ନାଲି ଚନ୍ଦନ କାଠର ବ୍ୟବହାର
ଯଦି କୌଣସି ସ୍ଥାନରେ ଆପଣଙ୍କ ର ଟଙ୍କା ଅଟକି ଯାଇଥିବ ବା କେହି ଆପଣଙ୍କ ପାଖରୁ ଉଦ୍ଧାର ନେଇ ଟଙ୍କା ଫେରାଉ ନ ଥିବେ ତେବେ ମଙ୍ଗଳବାର ଦିନ ପୂଜା ସମୟରେ ନାଲି ଚନ୍ଦନ , ନାଲି ଗୋଲାପ ଫୁଲ ଏବଂ ରୋଲିକୁ ଏକ କପଡ଼ାରେ ବାନ୍ଧି ଦେବୀ ଲକ୍ଷ୍ମୀଙ୍କ ସାମ୍ନାରେ ରଖନ୍ତୁ I ଏବଂ ମାନେ ମାନେ ଆପଣଙ୍କ ସମସ୍ୟା କୁ କୁହନ୍ତୁ Iଏହା ପରେ, ଏହି ପୁଟୁଳିକୁ ନେଇ ସୁରକ୍ଷିତ ସ୍ଥାନରେ କିମ୍ବା ଟଙ୍କା ରଖିବା ସ୍ଥାନରେ ରଖନ୍ତୁ I କିଛି ଦିନ ମଧ୍ୟରେ ଆପଣଙ୍କର ଅଟକି ଯାଇଥିବା ଅର୍ଥ ଫେରି ପାଇବା ସାଙ୍ଗକୁ ଯଦି ଆପଣ ପ୍ରତି ୬ ମାସରେ ଏଇଭଳି ଉପାୟ କରନ୍ତି ଆପଣଙ୍କ ର ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ I ଆୟ ବୃଦ୍ଧି ହେବ I

ର୍ଥିକ ଉନ୍ନତି ପାଇଁ ନୂଆ ଉପାୟ :

କୌଣସି ଶନିବାର ଦିନ ବିରି ଡାଲି ରେ ଦୁଇଟି ବରା ତିଆରି କରନ୍ତୁ I ଏବଂ ସେଥିରେ ସେଥିରେ ଦହି ଏବଂ ନାଲି ଚନ୍ଦନ ଟିକା ଲଗାନ୍ତୁ ଏହାକୁ ନେଇ ଅଶ୍ୱସ୍ଥ ଗଛ ମୂଳରେ ରଖି ଦିଅନ୍ତୁ I ମନେରଖନ୍ତୁ ଯେ ଏହି କାମ କାହା ସାମ୍ନାରେକରନ୍ତୁ ନାହିଁ I ଲଗାତାର ୪ଟି ଶନିବାର ପର୍ଯ୍ୟନ୍ତ କରାଯାଇଥିବା ଏହି ପ୍ରତିକାର ଅଟକି ଯାଇଥିବା ଅର୍ଥ ଫେରି ପାଇବା ପାଇଁ ନୂଆ ରାସ୍ତା ଦେଖାଇବ ଏବଂ ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ହେବ I

ସୁଖ ଏବଂ ସମୃଦ୍ଧି ପାଇବା ପାଇଁ:
ଲାଲ ଚନ୍ଦନ ର ମାଳା ତନ୍ତ୍ର ମନ୍ତ୍ରରେ ବହୁତ ଉପଯୋଗୀ ହୋଇଥାଏ I ଏହି ଫୁଲମାଳ ସହିତ ମା କାଳୀଙ୍କ ସିଦ୍ଧ ମନ୍ତ୍ର ଜପିଲେ ଜୀବନର ସମସ୍ତ ଅସୁବିଧା ଦୂର କରିବ I କିନ୍ତୁ ମାନେ ରଖନ୍ତୁ ଏହି ମନ୍ତ୍ର ଜପ ଆପଣ ନିଜେ କରିବେ ନାହିଁ ,କାରଣ ମନ୍ତ୍ର ସିଦ୍ଧ ନହେଲେ ଏହା କୌଣସି ବି ଅଘଟଣ ଘଟାଇ ପାରେ I ଏହି ମନ୍ତ୍ର କୌଣସି ପଣ୍ଡିତ ଙ୍କ ଦ୍ୱାରା କରିଲେ ଉନ୍ନତି ମିଳିବ I ଏହା ବ୍ୟତୀତ ପ୍ରତି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ନାଲି ଚନ୍ଦନ ଟିକା ଲଗାଇବା ଦ୍ୱାରା ଘରେ ଅପାର ସୁଖ ଏବଂ ସମୃଦ୍ଧି ଆସିଥାଏ I

ବ୍ୟବସାୟର ଅସୁବିଧାକୁ ଦୂର କରିବା ପାଇଁ :
ଯଦି ବ୍ୟବସାୟରେ ବାରମ୍ବାର କ୍ଷତି ଘଟୁଥାଏ ତେବେ ଗୁରୁବାର ଦିନ ଗଙ୍ଗାଜଳ କୁ ନାଲି ଚନ୍ଦନ ଏବଂ ହଳଦୀରେ ମିଶାଇ ଏହାକୁ ମୁଖ୍ୟ ଦ୍ୱାର କିମ୍ବା କବାଟ ଫ୍ରେମରେ ଛିଞ୍ଚନ୍ତୁ I ତା’ପରେ ପ୍ରତିଦିନ ମୁଖ୍ୟ ଦ୍ୱାର ରେ ଏକ ସ୍ୱସ୍ତିକ ପ୍ରସ୍ତୁତ କରନ୍ତୁ ଏବଂ ଧୂପ-ଦୀପ ସହିତ ଏହାକୁ ପୂଜା କରନ୍ତୁ I ଏହା ଦ୍ୱାରା ଆପଣଙ୍କ ସମସ୍ତ ଅସୁବିଧା ଦୂର ହେବI ସହିତ ବ୍ୟବସାୟରେ ବହୁତ ଉନ୍ନତି ହେବ I

Leave A Reply

Your email address will not be published.