ଘରୋଇ କଳହ ର କରୁଣ ପରିଣତି : ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ ,ଅଳ୍ପକେ ବର୍ତ୍ତିଗଲା ପୁଅ

11

ଘରୋଇ କଳିର କରୁଣ ପରିଣତିରେ ବଳି ପଡିଛି ସ୍ତ୍ରୀ I ସ୍ତ୍ରୀର ତଣ୍ଟିଚିପି ମାରିଦେଲା ସୈତାନ ସ୍ବାମୀ । ଗାଁ ଲୋକ ପହଁଚିଯିବାରୁ ଅଳ୍ପକେ ବର୍ତ୍ତିଗଲା ପୁଅ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁରେ I

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପିରହାଟ ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଂଚାୟତ ତଳଦୁମୁକା ଗାଁର ମହାକୁଡ ସାହିର କହ୍ନେଇ ବେହେରା କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ରାଧାରାଣୀ ଓ ୮ ବର୍ଷର ପୁଅର ତଣ୍ଟିଚିପି ମାରୁଥିଲେ । ଚିତ୍କାର ଶୁଣି କହ୍ନେଇର ମା’ ପଡିଶା ଲୋକଙ୍କୁ ଡାକ ପକାଇଥିଲା । ପଡୋଶୀ ଲୋକ ଆସିଲା ବେଳକୁ ସଇତାନ ସ୍ବାମୀ ସ୍ତ୍ରୀକୁ ମାରିଦେଇଥିଲା । ସ୍ଥାନୀୟ ଲୋକ ଘରର କବାଟ ଭାଙ୍ଗି ୮ ବର୍ଷର ପୁଅକୁ ମୁମୂର୍ଷୁ ଭାବେ ଉଦ୍ଧାର କରିବା ସହ ସଇତାନ ସ୍ବାମୀ କହ୍ନେଇକୁ ଏକ ଘରେ ବନ୍ଦ କରି ପୋଲିସକୁ ଖବର ଦେଇଥିଲେ । ପିରହାଟ ପୋଲିସ ସୋମବାର ମଧ୍ୟାହ୍ନରେ ଘଟଣାସ୍ଥଳରେ ପହଞ୍ଚି ସଇତାନ ସ୍ବାମୀକୁ ଗିରଫ କରିବା ସହ ସ୍ତ୍ରୀର ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଭଦ୍ରକ ପଠାଇଛି। ଏନେଇ ଗାଁରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.