ପଂଚାୟତ ନିର୍ବାଚନ ରେ ପଛୁଆ ବର୍ଗଙ୍କ ସଂରକ୍ଷଣ କୁ ନେଇ ତାତିଲେ ଆଦିବାସୀ : ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

10

ବଲାଙ୍ଗିରରେ ଆଜି ଆଦିବାସୀ ଙ୍କ ମହାମେଳି କରି ସଶସ୍ତ୍ର ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଘେରିଛନ୍ତି I ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରୁ ଆଦିବାସୀଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ଅଭିଯୋଗ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଦିବାସୀ । ଏହାସହିତ ରଣ ହୁଙ୍କାର ଦେଇ କହିଛନ୍ତି ଯଦି ସେମାନଙ୍କୁ ପଞ୍ଚାୟତ ନିର୍ବାଚନରେ ସରକାର ସଂରକ୍ଷଣ ବା କୋଟା ନଦିଅନ୍ତି, ତାହେଲେ ସେମାନେ ସରକାର ଓ ବିଜେଡିକୁ ରାଜନୈତିକ ବାସନ୍ଦ କରିବେ ବୋଲି ସରକାରଙ୍କୁ ଖୋଲା ଧମକ ଦେଇଛନ୍ତି।
ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ ସହ ୧୫ଜଣ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.