ପୌର ନିର୍ବାଚନ ସଜବାଜ : ଜାନୁୟାରୀ ୫ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଓ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନକୁ ଚିଠି

11

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ସହ ସଂରକ୍ଷଣ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଚିଠି ଅନୁସାରେ, ୨୦୧୧ଜନଗଣନା ଅନୁଯାୟୀ ସୀମା ପୁନଃ ନିର୍ଦ୍ଧାରଣ ହେବ । ୫ମହାନଗର ନିଗମ ଓ ୧୦୭ପୌରାଞ୍ଚଳର ସୀମା ପୁନଃ ନିର୍ଦ୍ଧାରଣ କରାଯିବ । ଅଣ ସଂରକ୍ଷିତ ଅଞ୍ଚଳରେ ଓବିସି ପାଇଁ ରହିବନି ସଂରକ୍ଷଣ । ୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ଆଜି ସୁଦ୍ଧା ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ କୁହାଯାଇଛି ।୧୨ ତାରିଖ ସୁଦ୍ଧା ଅଭିଯୋଗ ଏବଂ ୧୩ ତାରିଖରେ ଶୁଣାଣି ହୋଇ ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଁ କୁହାଯାଇଛି । ସେହିପରି ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ ତାରିଖ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ଚିଠା ତାଲିକା ପ୍ରକାଶ କରିବାକୁ କୁହାଯାଇଛି । ୭ ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରି ୧୬ ତରିଖ ସୁଦ୍ଧା ଶୁଣାଣି ଶେଷ କରିବାକୁ କୁହାଯାଇଛି ।

Leave A Reply

Your email address will not be published.