୨୦୨୨ର ସର୍ବଶୁଭ ଫଳ ପାଇଁ ଘରେ କରନ୍ତୁ ‘ଲାଲ କିତାବ’ରେ ଦିଆ ଯାଇଥିବା ଏହି ଉପାୟ

9

ଲଗାତାର ଦୁଇ ବର୍ଷ ଧରି ମହାମାରୀ ଯୋଗୁଁ କଲବଲ ହେଉଥିବାରୁ ଆମେ ସମସ୍ତେ ନୂଆ ବର୍ଷକୁ ନେଇ ଅନେକ ଆଶା ବାନ୍ଧି ବସିଛୁ Iଏହି ବର୍ଷ ଜୀବନରେ ଅଗ୍ରଗତି ସହିତ କିଛି ନୂଆ ଘଟଣା କୁ ଅପେକ୍ଷା କରିଛୁ I ସେଥିପାଇଁ ୨୦୨୨ ମସିହାରେ ଜୀବନର ପ୍ରତ୍ୟେକ ମୋଡ଼ରେ ସଫଳ ହେବା ପାଇଁ ଆମେ ଆପଣଙ୍କ ପାଇଁ ଆଣିଛୁ ‘ଲାଲ କିତାବ’ରେ ଦିଆଯାଇଥିବା ଅକାଟ୍ୟ ଉପାୟ ସବୁ I ଏହା ର ଉପଚାର ପ୍ରତ୍ୟକ ବ୍ୟକ୍ତି ଙ୍କ ପାଇଁ ଉପଯୋଗୀ ଇ ଆହୁରି ମଧ୍ୟ, ‘ଲାଲ କିତାବ’ର ଏହି ଉପାୟ ଗୁଡିକ ୨୦୨୨ ମସିହାରେ ସମସ୍ତ ପ୍ରକାରର ଅର୍ଥନୈତିକ ସମସ୍ୟାରୁ ମୁକ୍ତି ଦେଇ ପାରିବ I କେବଳ ଏତିକି ନୁହେଁ, ଏହି ପଦକ୍ଷେପଗୁଡ଼ିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ I ଆସନ୍ତୁ ଜାଣିବା ୨୦୨୨ମସିହାକୁ ସ୍ୱତନ୍ତ୍ର କରିବା ପାଇଁ ‘ଲାଲ କିତାବ ‘ ବିଶେଷ ଉପାୟ ସବୁ :

ବୁଧ ଗ୍ରହ ପାଇଁ ପ୍ରତିକାର
କୌଣସି ବ୍ୟକ୍ତି ଙ୍କ ର ଜାତକ ରେ ଯଦି ବୁଧ ଗ୍ରହ ଙ୍କ ର ଖରାପ ପ୍ରଭାବ ରହୁଛି ତେବେ ସେମାନେ ବୁଧୁବାର ଛୋଟ ଝିଅମାନଙ୍କୁ ଘରତିଆରି ଖାଦ୍ୟଖୁଆନ୍ତୁ I| ଏହା ସହିତ ସେମାନଙ୍କୁ ସବୁଜ ପୋଷାକ, ସବୁଜ ଚୁଡ଼ି ଏବଂ ମେକଅପ୍ ସାମଗ୍ରୀ ସବୁ ଦିଅନ୍ତୁ I ଏହା ଜାତକ ଙ୍କ ର ବୁଧ ଗ୍ରହ କୁ ମଜବୁତ କରିଥାଏ I ଯାହା କି ଜୀବନରେ ଆସୁଥିବା ସମସ୍ତ ପ୍ରକାର ପ୍ରକାର ଅସୁବିଧାରୁ ମୁକ୍ତି ଦେଇଥାଏ | ଏହା ବ୍ୟତୀତ କ୍ରମାଗତ ଭାବରେ ୨ ୧ ଶୁକ୍ରବାର ଯାଏ ଘରେ ଦେବୀ ଲକ୍ଷ୍ମୀଙ୍କୁ ଚାଉଳ ଖିରି ଏବଂ ମିଶ୍ରି ଭୋଗ ଦିଅନ୍ତୁ I ଲାଲ କିତାବର ଏହି ଅକାଟ୍ୟ ଉପାୟ ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ I

ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ
ଯଦି ଜାତକ ରେ ଶନିଙ୍କ ର ପ୍ରଭାବ ରହୁଛି ,ଆପଣଙ୍କୁ ଚାକିରୀ କ୍ଷେତ୍ରରେ କିମ୍ବା ବ୍ୟବସାୟ ରେ କ୍ଷତି ସହିବାକୁ ପଡୁଛି I ତେବେ ଶନି ଙ୍କୁ ସନ୍ତୁଷ୍ଟ କରିବାକୁ ଆପଣ , ଶନିବାର ଦିନ ରାଶି ତେଲରେ ଦୀପ ଜଳାନ୍ତୁ ଏବଂ କିଛି କଳା ରାଶି ଦାନ କରନ୍ତୁ I ଏହା ବ୍ୟତୀତ ଏକ ପାତ୍ରରେ ତେଲ ନେଇ ପ୍ରଥମେ ନିଜର ଚେହେରା ଦେଖନ୍ତୁ ଏବଂ ପରେ ଏକ ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ I କ୍ରମାଗତ ୧୧ ଶନିବାର ଯାଏ ଏହା କରନ୍ତୁ Iଏହା କରିବା ପରେ ଆପଣଂକର ଚାକିରି-ବ୍ୟବସାୟ ରେ ଜଡିତ ଥିବା ସମସ୍ତ ସମସ୍ୟା ଦୂର ହେଇଥାଏ ଇ ଏବଂ ନୂଆ ଚାକିରୀ ଅଫର ମଧ୍ୟ ଆସିଥାଏ I

ରୂପା ର ହାତୀ
୨୦୨୨ ମସିହାରେ, କୌଣସି ପ୍ରକାରର ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ନହେବା ପାଇଁ, ଏକ ମାଟି କିମ୍ବା ରୂପା ର ହାତୀ ତିଆରି କରନ୍ତୁ ଏବଂ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ନିକଟରେ ରଖି ଏହାକୁ ପୂଜା କରନ୍ତୁ ଵିପୁଜା ସାରିବା ପରେ ପରେ ଏହାକୁ ଘରେ ଉତ୍ତର ଦିଗରେ ସ୍ଥାପନ କରନ୍ତୁ I ଏହି ପ୍ରତିକାର ଦ୍ୱାରା ରୂଣରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ନୂତନ କର୍ମସଂସ୍ଥାନ ଦ୍ୱାରା ଅର୍ଥନୈତିକ ଦିଗଟି ସୁଦୃଢ ହୋଇଥାଏ I

ପ୍ରତିକାର ସ୍ୱରୂପ ୧୧ ଶୁକ୍ରବାର ର ଉପାୟ
‘ଲାଲ କିତାବ‘ ଅନୁଯାୟୀ, ୨୦୨୨ ବର୍ଷକୁ ସମୃଦ୍ଧ ଏବଂ ସୁଖମୟ କରିବା ପାଇଁ ଯେ କୌଣସି ଅମାବାସ୍ୟା ଦିନ, ରୂପା ର ଏକଛୋଟ ଖଣ୍ଡ କୁ ନେଇ ଅଳ୍ପ ପରିମାଣ ର ଅରୁଆ ଚାଉଳ ସହିତ ଏକ କପଡ଼ାରେ ଗୁଡା଼ନ୍ତୁ I ଏବଂ ଏହାକୁ ନେଇ ନିଜ ଟ୍ରେଜେରି କିମ୍ବା ଟଙ୍କା ବାକ୍ସ ରେ ରଖିଦିଅନ୍ତୁ I ଅକ୍ଷତ ରହିବI ଦ୍ୱାରା ଅଯଥାରେ ଧନ କ୍ଷୟ ହୋଇ ନ ଥାଏ ଏବଂ ଧନ ବୃଦ୍ଧି ପାଇଥାଏ I ଏହା ବ୍ୟତୀତ ୧୧ ଟି ଶୁକ୍ରବାର ମା ‘ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ଏହା ପରେ କପାଳରେ ନାଲି ଚନ୍ଦନ ର ତିଲକ ଲଗାନ୍ତୁ I ଏହା ଦ୍ୱାରା ଆପଣଙ୍କ ର ଆର୍ଥିକ ସମସ୍ୟା ଦୂର ହୋଇ ଜୀବନକୁ ସମୃଦ୍ଧିଶାଳୀ କରିଥାଏ I

Leave A Reply

Your email address will not be published.