ଗଣଶିକ୍ଷା ବିଭାଗ ସଚିବଙ୍କ ବୈଠକରେ ନିଷ୍ପତ୍ତି : ଜାନୁଆରୀ ଭିତରେ କିଶୋରଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ

11

ଆସନ୍ତା କାଲିଠୁ ରାଜ୍ୟରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଗତ କାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ଜୋରଦାର ଚାଲିଛି I ଏଥିପାଇଁ ସବୁ ଜିଲ୍ଲାରେ ମଧ୍ୟ ନିର୍ଦ୍ଦିଷ୍ଟ ଟିକା କରଣ କେନ୍ଦ୍ର ଖୋଲାଯାଇଛି । କେବଳ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୯୩୯ ଟି ଟିକା କରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ଅନ୍ୟପଟେ ଚଳିତ ଜାନୁଆରୀ ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । ଅନ୍ୟପଟେ ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ ପ୍ରଧାନ ଶିକ୍ଷକ । ତେବେ ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାକରଣ ପ୍ରକ୍ରିୟା ଚାଲିବ । ଆମ ପାଖରେ ବର୍ତ୍ତମାନ ୧୫ ଲକ୍ଷ କୋଭାସ୍କିନ ଟିକା ମହଜୁଦ ରହିଛି ।

୧ ତାରିଖରୁ ଯେଉଁ ମାନେ ଅନ ଲାଇନ ଜରିଆରେ ପଞ୍ଜିକରଣ କରିଥିବେ ସେମାନେ ଟିକା ନେଇ ପାରିବେ । ଯେଉଁମାନେ ଅନ ଲାଇନ ପଞ୍ଜିକରଣ କରି ନାହାନ୍ତି ସେମାନେ କାଲି ଅନସ୍ପଟ ପଞ୍ଜିକରଣ କରି ଟିକା ନେଇ ପାରିବେ । ତେବେ ଟିକାକରଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସରଳ କରିବା ପାଇଁ ଆଜି ଶିକ୍ଷା ବିଭାଗ ସହ ସ୍ଵାସ୍ଥ୍ୟ ବିଭାଗ ବୈଠକରେ ଜରିଆରେ ବିସ୍ତୁତ ଆଲୋଚନା କରିଛି । ଟିକା କରଣ ସମୟରେ ଶିକ୍ଷକ ମାନେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.