ରାଜଧାନୀରେ ମରିଗଲାଣି ମାନବିକତା : ୭ ଦିନ ହେଲାଣି ଗୃହ ବନ୍ଦୀ ଅଛନ୍ତି ୭୬ ବର୍ଷୀୟା ବୃଦ୍ଧା ମା ଓ ପୁଅ

22

ରାଜଧାନୀ ଭୁବନେଶ୍ୱର ଘଟିଥିବା ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ୭ ଦିନ ହେଲା ଘର ଭିତରେ ବନ୍ଦୀ ହୋଇ ରହିଛନ୍ତି ୭୬ ବର୍ଷୀୟା ବୃଦ୍ଧା ଓ ତାଙ୍କ ପୁଅ । ଭୁବନେଶ୍ୱର ସିଆରପି ପଛପଟେ ଥିବା ପ୍ରିୟଦର୍ଶୀ ମାର୍କେଟ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ତେବେ ଘଟଣା ଅନୁସାରେ ମା’ ପୁଅ ରହୁଥିବା ଉକ୍ତ ଘରର ମାଲିକାନା କୁ ନେଇ ତାଙ୍କ ଝିଅ ଙ୍କ ସହିତ ଦୀର୍ଘ ୯ବର୍ଷ ହେଲା ତାଙ୍କର ବିବାଦ ଲାଗିରହିଥିଲା । ଏହି ବିବାଦ ଅନୁସାରେ ଦୁଇ ପକ୍ଷ ଉକ୍ତ ଘର ର ମାଲିକାନା ଜାହିର କରୁଥିବାବେଳେ ବୃଦ୍ଧI ମହିଳାଙ୍କ ଝିଅ ଘରର ଚାବି ଅକ୍ତିଆର କରି ନିଜେ ଚାବି ଦେଉଥିଲେ I ଏହା ପରେ ସେ ଦୀର୍ଘ ୭ ଦିନ ହେଲାଣି ଗେଟ୍ ରେ ଚାବି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି ଫଳରେ ଘର ଭିତରେ ମା’ପୁଅ ବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି I ଖାଇବା ପିଇବାରେ ମଧ୍ୟ ଦୁର୍ଦଶା ଭୋଗୁଛନ୍ତି I ଫଳରେ ୭ଦିନ ହେଲା ବୃଦ୍ଧା ଓ ତାଙ୍କ ପୁଅ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ବି ବାହାରେ ଜଗି ରହିଛି । କେହି ଯେମିତି ଘର ଭିତରକୁ ଯାଇ ପାରିବେ ନାହିଁ ଓ ଘର ଭିତରୁ ଯେମିତି କେହି ବାହାରକୁ ଆସି ପାରିବେ ନାହିଁ ବୋଲି କାର୍ଯ୍ୟରତ ପୋଲିସ କନଷ୍ଟେବଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଘର ବାହାରେ ତାଙ୍କ ବଡ଼ ପୁଅ ରହିଥିଲେ ମଧ୍ୟ ଉପାୟଶୂନ୍ୟ ହୋଇ ପଡିଛନ୍ତି I ତେବେ ଏହି ଅବସ୍ଥାରୁ ତାଙ୍କ ମା’ଙ୍କ ସହିତ ସାନ ଭାଇ କୁ ଉଦ୍ଧାର କରିବାକୁ ଗଣମାଧ୍ୟମକୁ ନିବେଦନ କରୁଥିବା ଦେଖାଯାଇଥିଲା I

Leave A Reply

Your email address will not be published.