ନୂଆ ବର୍ଷରେ ପ୍ରଭୁ ଜଗନ୍ନାଥଙ୍କୁ ଗୁହାରୀ ଜଣାଇ ରାଜ୍ୟବାସୀଙ୍କ ଉନ୍ନତି କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

19

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନୂଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ କିନ୍ତୁ ଦି ବର୍ଷ ହେଲା କରୋନା କଟକଣା ଯୋଗୁଁ ଏ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ନ ପାରି ଘରେ ଥାଇ ପ୍ରଭୁ ଙ୍କୁ ମୁଣ୍ଡିଆମାରି ରାଜ୍ୟବାସୀ ଙ୍କ ଉନ୍ନତି ପାଇଁ ଗୁହାରୀ କରିଛନ୍ତି I ଏହାସହ ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ। ଓମିକ୍ରନ୍‌ର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଆଜି ସକାଳେ ସୋସିଆଲ ମିଡ଼ିଆରେ ନବୀନଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ନବୀନଙ୍କର ଏକ ନିଆରା ଅନ୍ଦାଜ ଦେଖିବାକୁ ମିଳିଛି । କରୋନା କଟକଣା କାରଣରୁ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ନବୀନ ନିବାସରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇରାଲ ହୋଇଥିବା ଦେଢ ମିନିଟର ଭିଡ଼ିଓରେ ନବୀନ ଏକ ଧଳା ଟି-ସାର୍ଟ ପିନ୍ଧି ରୁମରୁ ବାହାରୁଥିବାର ଦେଖିବାକୁ ମିଳିଛି । ଆଉ ପରେ ଅନ୍ୟ ଏକ ରୁମର ଦ୍ୱାର ଖୋଲିବା ସହ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ଏହି ସମୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଲୋକପ୍ରିୟ ଗୀତ ଜଗନ୍ନାଥ କିଛି ମାଗୁ ନାହିଁ ତୋତେ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.