ନୂଆ ବର୍ଷ ୨୦୨୨ : ପ୍ରଥମ ଦିନ ର ରାଶିଫଳ

20

ରାଶିଫଳ ଜାନୁଆରୀ ୧ , ୨୦୨୨ : ବର୍ଷର ପ୍ରଥମ ଦିନ ଜୀବନରେ ଅନେକ ରଙ୍ଗ ଆଣିବ, ଆପଣଙ୍କ ଭାଗ୍ୟ ବଦଳିଯିବ ଜାଣନ୍ତୁ ଆପଣଙ୍କ ରାଶିଫଳ I ୨୦୨୨ ବର୍ଷର ପ୍ରଥମ ଦିନ ଆପଣଙ୍କ ପାଇଁ କିପରି ହେବ I ମକର ରାଶିର ଲୋକଙ୍କ ଦିନଟି ମଜାଳିଆରେ ବିତାଇବାକୁ ଯାଉଛନ୍ତି I ଅନ୍ୟପକ୍ଷରେ, ଧନୁ ରାଶି ବ୍ୟକ୍ତିଙ୍କର ଖରାପ ସ୍ୱାସ୍ଥ୍ୟ ସେମାନଙ୍କ ଅସ୍ଥିରତାର କାରଣ ହୋଇପାରେ I ସେହିଭଳି ବିଛା ରାଶି ଥିବା ବ୍ୟକ୍ତିମାନେ ପିଲାମାନଙ୍କ ପ୍ରତି ଯତ୍ନ ବାନ ହେବ ଉଚିତ୍ I ଏହା ସହିତ ମୀନ ରାଶିର ବ୍ୟକ୍ତି ଙ୍କଠାରେ ନୂତନ ଉତ୍ସାହ ଦେଖାଯିବା ସହିତ କୁମ୍ଭ ରାଶିର ବ୍ୟକ୍ତି ମାନେ ଆର୍ଥିକ ପରିସ୍ଥିତିରୁ ଲାଭବାନ ହେବେ I

ମେଷ: ବର୍ଷର ପ୍ରଥମ ଦିନ ରେ ଆପଣ କାର୍ଯ୍ୟ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବେ I ଆପଣ ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବେ I ବ୍ୟବସାୟରେ ଏକ ଲାଭଜନକ ପରିସ୍ଥିତି ରେ ରହିବ ସହିତ ଆପଣ ଲୋକଙ୍କଠାରୁ ସମ୍ମାନ ପାଇବେ I ଚାକିରିଆ ମାନେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ପ୍ରଶଂସା ପାଇବେ I ଆପଣ ଆଜି ସମସ୍ତ କାର୍ଯ୍ୟ ରେ ସଫଳ ହେବେ I

ବୃଷ : ଆଜି ଆପଣ ପରିବାରର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରନ୍ତୁ I ପରିବାର ସଦସ୍ୟଙ୍କ ପାଇଁ ଆପଣ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଦିନ ବିତାନ୍ତୁ I କୌଣସି ଭଲ ବନ୍ଧୁ ଙ୍କ ଠାରୁ ଆର୍ଥିକ ସହାୟତା ପାଇ ପାରନ୍ତି I
ମିଥୁନ: ଆଜି ଆପଣ ଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ନ ମିଳିଲେ ମଧ୍ୟ ଆପଣଙ୍କର କୌଣସି କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲା ରେ ଜୟଯୁକ୍ତ ହେବେ I ଏହି ସମୟରେ, ଆପଣ ଉତ୍ସାହରେ ପରିପୂର୍ଣ୍ଣ ଦେଖାଯିବେ, କାର୍ଯ୍ୟରେ ଉତ୍ସାହ ଦେଖାଯିବ I

କର୍କଟ: ୨୦୨୨ ବର୍ଷର ପ୍ରଥମ ଦିନରେ, ଆପଣ କାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ପାଇବେ I ଆପଣଙ୍କର ଟଙ୍କା ସଠିକ୍ କାର୍ଯ୍ୟରେ ଖର୍ଚ୍ଚ ହେବ I ଛାତ୍ରମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ କିନ୍ତୁ ଭୟ ସେମାନଙ୍କ ମନରେ ଭୟ ରହିବ I ଶିକ୍ଷା ପାଇଁ ଶନିବାର ଏକ ଭଲ ଦିନ, କଠିନ ପରିଶ୍ରମ ଅନୁଯାୟୀ ସଫଳତା ହାସଲକରିବେ I

ସିଂହ : ୨୦୨୨ ବର୍ଷର ପ୍ରଥମ ଦିନରେ, ଆପଣଙ୍କର ଆର୍ଥିକ ଲାଭ ର ଯୋଗ ରହୁଛି I ଏହା ସହିତ ଆପଣଙ୍କର ଆର୍ଥିକ ଦିଗ ଟି ସୁଦୃଢ ହେବ I ଆଜି ଆପଣଙ୍କର ପୁରା ଦିନ ଉତ୍ସାହରେ ପରିପୂର୍ଣ୍ଣ ହେବାକୁ ଯାଉଛି I ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ I ଆପଣଙ୍କର ପୁରା ଦିନଟି ଭଲରେ କଟିବ I

କନ୍ୟା : ଆଜି ଦିନଟି ଆପଣଙ୍କ ର ଭଲ ରେ ଆରମ୍ଭ ହେବାକୁ ଯାଉଛି I ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I ବ୍ୟବସାୟ ପାଇଁ ଆପଣଙ୍କ ଦିନଟି ଭଲ ରହିବ I ଆପଣ ଭାଇଭଉଣୀ ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବେ I ଭଗବାନଙ୍କୁ ପୂଜା କରନ୍ତୁ ମାନସିକ ଶାନ୍ତି ପାଇବେ I

ତୁଳା : ଆପଣଙ୍କ ଦିନଟି ଖୁସୀରୁ ଆରମ୍ଭ ହେବାକୁ ଯାଉଛି I ପରିବାର ସହିତ ଭଲ ସମୟ ଅତିବାହିତ କରିବେ I ବର୍ଷର ପ୍ରଥମ ଦିନରେ, ଚାକିରିରେ ଲାଭ ବାନ ହେବେ , ପଦୋନ୍ନତିର ସୂଚନା ରହିଛି I ଆଜି ଦିନଟି ବ୍ୟବସାୟୀଙ୍କ ପାଇଁ ଲାଭର ପରିସ୍ଥିତି ଦେଖାଦେବ ଛାତ୍ରଛାତ୍ରୀ ମାନେ ପରୀକ୍ଷା-ପ୍ରତିଯୋଗିତାରେ ସଫଳତା ପାଇବେ I

ବିଛା: ଆଜି କର୍ମକ୍ଷେତ୍ରରେ ଆପଣଙ୍କ ବ୍ୟବହାର ଆତୟନ୍ତ ଉତ୍ତମ ରହିବ Iଆପଣଙ୍କୁ ଆଜି ସହକର୍ମୀଙ୍କ ସମର୍ଥନ ମିଳିବ I ରୋଜଗାର ଦୃଷ୍ଟିରୁ ଆଜି ଦିନଟିରେ ଆପଣ ଲାଭବାନ ହେବେ I ପାରିବାରିକ ସୁଖ ମିଳିବାସହିତ ପିଲାମାନଙ୍କୁ ଧ୍ୟାନ ଦିଅନ୍ତୁ I

ଧନୁ : ଆଜି ଆପଣ ଅସୁସ୍ଥତାରୁ ମନ ଖରାପ କରି ପାରନ୍ତି ଈଛାତ୍ରଛାତ୍ରୀ ଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ ନାହିଁ I ଚାକିରି କରୁଥିବା ଲୋକମାନେ ଚାକିରିରେ ଥିବା ବାଧା ଦ୍ୱାରା ଅସୁବିଧାରେ ପଡ଼ିବେ I ବର୍ଷର ପ୍ରଥମ ଦିନରେ, ବ୍ୟବସାୟ ଶ୍ରେଣୀ ପାଇଁ ପରିସ୍ଥିତି ଟିକେ ସ୍ୱାଭାବିକ ରହିବ I ସବୁ ଦୃଷ୍ଟିରୁ ଦିନଟି ଭଲରେ କଟିବ I

ମକର : ୨୦୨୨ ବର୍ଷର ପ୍ରଥମ ଦିନରେ, ଆପଣ ବହୁତ ଭାଗ୍ୟବାନ ହେବାକୁ ଯାଉଛନ୍ତି I ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି ଏବଂ କାର୍ଯ୍ୟକ୍ଷେତ୍ରରେ ଲାଭର ପରିସ୍ଥିତି ଦେଖାଯିବ I ପରିବାରରେ ଏକ ପ୍ରକାର ଶୁଭ କାର୍ଯ୍ୟ ହେବ, ଆପଣ ଏଥିରେ ଅଂଶଗ୍ରହଣ କରିବେ | ଆପଣଙ୍କର ସାରାଦିନ ମୌଜ ମସ୍ତିରେ ଅତିବାହିତ ହେବ I

କୁମ୍ଭ: ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଛି ଇ ସମସ୍ତ କାର୍ଯ୍ୟରେ ଆପଣଙ୍କର ପ୍ରଦର୍ଶନ ଭଲ ହେବାକୁ ଯାଉଛି Iଆର୍ଥିକ କାରବାର ପାଇଁ ଆଜି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, ଅର୍ଥ ସମ୍ବନ୍ଧୀୟ ଜଡିତ ବିଷୟଗୁଡ଼ିକ ଭଲ ହେବ I ଆପଣଙ୍କର ପୁରୁଣା ସାଙ୍ଗ ସହିତ ଭେଟ ହୋଇପାରେ I ବର୍ଷର ପ୍ରଥମ ଦିନରେ ଆପଣଙ୍କ ମନ ଖୁସି ହେବ I

ମୀନ : ଆଜି ଦିନଟି ବହୁତ ଭଲରେ ଆରମ୍ଭ ହେବ I ଆପଣଙ୍କ ଭିତରେ ନୂତନ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଯିବ I ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଆପଣଙ୍କର ପୁରା ଦିନକୁ ଅଶାନ୍ତିରେ ବିତାଇବେ I କର୍ମକ୍ଷେତ୍ରରେ ସହଯୋଗୀଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟକ ହେବ I

Leave A Reply

Your email address will not be published.