ଜାମ୍ମୁ କାଶ୍ମୀର :ଟଳିଲେ ୩ ଆତଙ୍କବାଦୀ, ୩୬ ଘଣ୍ଟାରେ ୯ ଆତଙ୍କବାଦୀ ସଫା

18

ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ତରଫରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରେ ବଡ଼ ସଫଳତା ମିଳିଛି । ବିଳମ୍ବିତ ରାତିରେ ଏନକାଉଣ୍ଟରରେ ଶ୍ରୀନଗର ପାନ୍ଥା ଚୌକରେ ୩ ଆତଙ୍କୀଙ୍କୁ ନିପାତ କରିଛି ସେନା । ଦକ୍ଷିଣ କାଶ୍ମୀରରେ ଜୈଶ୍- ଏ- ମହମ୍ମଦ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇ ୬ ଜଣ ସୈନିକ ସହିଦ ହେବା ପରେ ଏଠିକାର ବିଭିନ୍ନ ଇଲାକାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା । ଏହାସହ କାଶ୍ମୀର ମାଟିରୁ ଆତଙ୍କକୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛି ସେନା ।ସୂଚନା ମୁତାବକ, ଗୁରୁବାର ମଧ୍ୟ ସେନା ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଏହାକୁ ମିଶାଇ ଲଗାତାର ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲାଣି ସେନା । ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଏକାଧିକ ଆତଙ୍କବାଦୀ ଗୋଷ୍ଠୀଙ୍କର ଆତଙ୍କବାଦୀ ଲୁଚି ରହିଥିବା ଜାଣିବା ପରେ ଏହାକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛି ସେନା । ଏହାସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଏହି ଏନକାଉଣ୍ଟରରେ ଜାମ୍ମୁ କାଶ୍ମୀର ପୋଲିସର ତିନିଜଣ ସଦସ୍ୟ ଏବଂ CRPF ଜଣେ ସେନା କର୍ମୀ ଆହତ ହୋଇଛନ୍ତି I

Leave A Reply

Your email address will not be published.