ଆସିଲା ଜାନୁୟାରୀ ଗାଇଡଲାଇନ : ବଳବତ୍ତର ରହିବ ନାଇଟ କର୍ଫ୍ୟୁ

17

ଓମିକ୍ରନ୍‌ର ସଂକ୍ରମଣ ତଥା ନୂଆ ବର୍ଷ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ କଟକଣା ଅନୁସାରେ କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି I ଏହା ସହିତ ସାରା ରାଜ୍ୟରେ ଥିବା ସହରାଂଚଳ ମାନଙ୍କରେ ପୁଣି ଥରେ ନାଇଟ୍‌ କର୍ଫ୍ୟୁ ଲାଗାଯିବାକୁ ଘୋଷଣା କରାଯାଇଛି । ତେବେ ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି । ଏହି ନାଇଟ କର୍ଫ୍ୟୁ ରାତି ୧୦ଟାରୁ ଭୋର ୫ଟା ଯାଏଁ ବଳବତ୍ତର ରହିବ I ଏହି ନିୟମ ୧ ଜାନୁଆରୀରୁ ୧ ଫେବୃଆରୀ ୨୦୨୨ ଯାଏଁ ବଳବତ୍ତର ରହିବ ।ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି । ରାଜ୍ୟ ସରକାର ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ନା କରିଛନ୍ତି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ମିଳିଛି।ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନକୁ ମଧ୍ୟ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। କୌଣସି ବାର୍ଷିକ ଉତ୍ସବ ଓ ଆନିଭର୍ସାରୀ ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି। ସେହିଭଳି ଯାତ୍ରା ମେଳାଗୁଡିକରେ ସର୍ବାଧିକ ୧ ହଜାର ଲୋକଙ୍କୁ ଅନୁମତି ମିଳିଥିବାବେଳେ ସିନେମା ହଲ୍ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଚାଲିବ। ତେବେ ସିନେମା ହଲ୍ ଯିବା ପାଇଁ ଦର୍ଶକଙ୍କୁ ଡବଲ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.