ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ସମସ୍ତ ଧର୍ମାନୁଷ୍ଠାନ ସହିତ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ

18

ରାଜ୍ୟରେ କରୋନା ର ନୂତନ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏହି ମଧ୍ୟରେ ଆସୁଛି ନୂଆ ବର୍ଷ ଇ ନୂଆବର୍ଷରେ ରାଜ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ତଥା ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଅସମ୍ଭବ ଭିଡ ଆଶଙ୍କାକୁ ଏଡାଇବାକୁ ଆଗାମୀ ୩ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ ସହିତ ପର୍ଯ୍ୟଟନସ୍ଥଳୀ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି I
ଏ ନେଇ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ନୂଆ ଗାଇଡ଼ ଲାଇନ ଅନୁସାରେ ୩୧ ଡିସେମ୍ବରରୁ ୨ ଜାନୁଆରୀ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।
ଏହି ସମୟରେ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ୱାରା, ଚର୍ଚ୍ଚ ଭକ୍ତଙ୍କ ପାଇଁ ବନ୍ଦ ରହିବ । ଏହା ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ,ଧଉଳିଗିରି ,ଖଣ୍ଡଗିରି ,ନନ୍ଦନ କାନନ ,ବଟାନିକାଲ ପାର୍କ ,ମ୍ୟୁଜିୟମ ସହିତ ପଠାଣି ସାମନ୍ତ ପ୍ଲାନେଟୋରିୟମ କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି I ସେହିପରି ପୁରୀ ଶ୍ରୀ ମନ୍ଦିର ସହିତ ,କଟକରେ ଥିବା ସମସ୍ତ ଦେବାଳୟ,କାକଟପୁର ମଙ୍ଗଳା,ବୁର୍ଲା ଏ.ପି.ଯେ ଅବଦୁଲ କାଲାମ ପ୍ଲାନେଟୋରିୟମ ମଧ୍ୟ ବନ୍ଦ ରହିବ I

Leave A Reply

Your email address will not be published.