ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର,ପ୍ରକାଶ ପାଇଲା ନିର୍ବାଚନୀ ‘ଚିହ୍ନ’

19

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘କମିଶନଙ୍କ ପକ୍ଷରୁ ନିର୍ବାଚନ ସଙ୍କେତ ପ୍ରକାଶ କରାଯାଇଛି । ବାଲଟ ପେପର ସରକାରୀ ପ୍ରେସରେ ଛପା ଚାଲିଛି । ଆଲଫାବେଟିକାଲ ଅନୁସାରେ ଚିହ୍ନ ପ୍ରଦାନ କରାଯିବ । ଅନ୍ୟ ରାଜ୍ୟରୁ ଆବଶ୍ୟକୀୟ ବାଲଟ ବକ୍ସ ଆସି ସାରିଲାଣି । ଭୋଟର ତାଲିକା ପ୍ରସ୍ତୁତି ଶେଷ ହୋଇ ପ୍ରକାଶ ପାଇ ସାରିଛି । କୋଭିଡ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯିବ ।’
ତେବେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟଙ୍କ ନିମନ୍ତେ ଚିହ୍ନ ପ୍ରକାଶ ପାଇଛି । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଚିଠି ଲେଖିଛନ୍ତି । ଏହି ସଂକେତ ଭିତରେ ଶଗଡ଼ ଗାଡ଼ି, ନିକିତି, କଲମ, ନଡ଼ିଆ ଗଛ, ଖୋଲା ବହି, ମାଛ, ସୂର୍ଯ୍ୟ, ଲଙ୍ଗଳ, କେଟଲି ତଥା ଟୁଲ୍, ବସ ଭଳି ଅନେକ ପ୍ରକାରର ସଂକେତ ଜାରି କରାଯାଇଛି ।

Leave A Reply

Your email address will not be published.