ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଜୈଶ-ଇ-ମହମ୍ମଦ ର ୬ ଆତଙ୍କବାଦୀ ସଫା

18

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା କର୍ମୀଙ୍କର ଜୋରଦାର ଅପରେସନ୍ ଜାରି ରହିଛି ଇ ଆଜି ସକାଳେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ଼ ସଫଳତା I ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ହତ୍ୟା କରିଛନ୍ତି। ଏହି ସମସ୍ତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦ ସହିତ ଜଡିତ ଥିଲେ।
ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ପୃଥକ୍ ପୃଥକ୍ ଭାବେ ହୋଇଥିବା ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ଆଖି ବୁଜିଛନ୍ତି । ମୃତକ ସମସ୍ତେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମାନଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ଓ ୨ ସ୍ଥାନୀୟ ଆତଙ୍କବାଦୀ ରହିଛନ୍ତି । ନିହତ ଅନ୍ୟ ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି କାଶ୍ମୀର ପୁଲିସ୍‌ ମହାନିରୀକ୍ଷକ ବିଜୟ କୁମାର ।

ତେବେ ଗୁଇନ୍ଦା ସୂଚନା ଆଧାରରେ କୁଲଗାମ ଜିଲ୍ଲାର ମିରହମା କ୍ଷେତ୍ରରେ ସୁରକ୍ଷା ବଳ ଦ୍ୱାରା ଗତକାଲି ସନ୍ଧ୍ୟାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପ୍ରଥମେ ଉକ୍ତ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରାଯାଇ ତଲାସୀ ଆରମ୍ଭ ହୋଇଥିଲା। । ଏହି ସମୟରେ ସୁରକ୍ଷା ବଳ କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଜବାବରେ ସୁରକ୍ଷା କର୍ମୀ ଗୁଳି ମାଡ଼ କରିବାରୁ ୩ ଆତଙ୍କବାଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ ଅନନ୍ତନାଗ ଜିଲ୍ଲାର ନୌଗାଁମ ଶାହବାଦ ଅଞ୍ଚଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଗୁଳି ଚାଳନାରେ ୨ ଆତଙ୍କବାଦୀ ଟଳି ପଡ଼ିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ଚାଲିଥିଲା।ଗୁରୁବାର ସକାଳେ କଶ୍ମୀର ପୁଲିସ୍‌ ପକ୍ଷରୁ ହୋଇଥିବା ଟ୍ୱିଟରେ ସମୁଦାୟ ୬ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜଣାଯାଇଛି। ଏହା ଏକ ବଡ଼ ସଫଳତା ବୋଲି କଶ୍ମୀର ପୁଲିସ୍‌ ଆଇଜି ସୂଚନା ଦେଇଛନ୍ତି।
ଜାମ୍ମୁ କାଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀ ଙ୍କ ସହିତ ସୁରକ୍ଷା କର୍ମୀ ଓ ପୋଲିସ କର୍ମଚାରୀ ମୁହାଁମୁହିଁ ଲଢେଇରେ ଜଣେ ସୁରକ୍ଷା କର୍ମୀଙ୍କ ସହିତ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସI କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I
ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବI ପରେ ପରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଲଢେଇ ଜାରି ରହିଛି । ଆତଙ୍କବାଦକୁ ମୂଳରୁ ହଟାଇବା ପାଇଁ ସେନା, ପାରାମିଲିଟାରୀ ଫୋର୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ ମିଶନରେ ମିଶି କାର୍ଯ୍ୟ କରୁଛନ୍ତି। ଆତଙ୍କବାଦୀଙ୍କ ପାଣ୍ଠି ଏବଂ ସେମାନଙ୍କ ସମର୍ଥନ ନେଟୱାର୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର କାଶ୍ମୀର ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।

Leave A Reply

Your email address will not be published.