ନନ୍ଦନକାନନ ର ୬୨ତମ ପ୍ରତିଷ୍ଠା ଦିବସରେ ୬ଟି ବାଘ ଛୁଆଙ୍କର ହେଲା ନାମକରଣ

0 101

ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ୬ଟି ବାଘ ଛୁଆଙ୍କର ନାମକରଣ କରାଯାଇଛି ।୨୦୨୧ ମାର୍ଚ୍ଚ ୨୮ ତାରିଖରେ ବିଜୟା ଓ ସେଫ୍‌ଙ୍କ ଔରସରୁ ଜନ୍ମିତ ୩ ଅଣ୍ଡିରା ଛୁଆଙ୍କ ନାଁ ରକି, ବଂଶୀ ଓ ରାକେଶ ରଖିଥିବା ବେଳେ ମେଘା ଓ ନନ୍ଦନଙ୍କ ଔରସରୁ ଜନ୍ମିତ ୨ ଅଣ୍ଡିରା ଓ ଏକ ମାଈ ଛୁଆର ନାଁ ବିବେକ, ଅଭୟ ଓ ସୋହିନ ରଖାଯାଇଛି ।
ସେହିଭଳି ଏକ ଭାରତୀୟ ବଜ୍ରକାପ୍ତାକୁ ରେଡିଓ ଟ୍ରାନ୍‌ସମିଟର ଲଗାଇ ହାତୀ ସଫାରୀ ପଛ ବଣରେ ଛଡାଯାଇଛି। ସମାରୋହରେ ଅତିଥିମାନଙ୍କ ଦ୍ୱାରା ନନ୍ଦନକାନନର ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ପାଇଁ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନନ୍ଦନକାନନର ପ୍ରତିଷ୍ଠା ଦିବସ ଅବସରରେ ପିସିସିଏଫ୍‌ ତଥା ବନ ବିଭାଗର ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଥିଲେ। ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.