ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି ,୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ

24

ନୂଆବର୍ଷ ର ଉପହାର ସ୍ୱରୂପ ଗ୍ରାହକଙ୍କୁ ୨୫ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ I ଏଭଳି କିଛି ବଡ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତେବେ ଏହି ଶସ୍ତା ପେଟ୍ରୋଲ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀ ହିଁ ଉଠାଇପାରିବେ।
ଆସନ୍ତା ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ୍‌ କାର୍ଡଧାରୀଙ୍କୁ ଲିଟର ପିଛା ୨୫ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ଯୋଗଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଦୀର୍ଘ ଦିନ ଧରି ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଡିଲରମାନେ ମଧ୍ୟ ତୈଳ ଦର କମାଇବା ପାଇଁ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ପେଟ୍ରୋଲ ଉପରେ ୫ ପ୍ରତିଶତ ଭ୍ୟାଟ୍‌ କମାଇବା ପାଇଁ ଦାବିକରୁଛନ୍ତି ତେଲ ଡିଲର । ସେମାନଙ୍କ କହିବା କଥା ଯେ, ଯଦି ରାଜ୍ୟ ସରକାର ଭ୍ୟାଟ୍‌ ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିବେ ତେବେ ଲୋକମାନଙ୍କୁ ଏହାର ଲାଭ ମିଳିବ ।
ଆସୋସିଏସନ କହିଛି ଯେ ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରୁ ଡିଜେଲ ଭରିବାକୁ ଯାଉଛନ୍ତି। ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି।

Leave A Reply

Your email address will not be published.