‘ଖଇରୀ’ ର ପାଳିତ ମାତା ନିହାର ନଳିନୀ ଙ୍କ ପରଲୋକ

24

ମୟୁରଭଞ୍ଜ ଜିଲ୍ଲା ଯଶିପୁର ନିକଟ ନାମିତ ହୋଇଥିବା ‘ଖଇରୀ’ ପ୍ରୋଜେକ୍ଟ ର ବାଘୁଣୀ ‘ଖଇରୀ’ ର ପାଳିତ ମାତା ନିହାର ନଳିନୀ ସ୍ୱାଇଁଙ୍କର ଗତକାଲି ପରଲୋକ ଘଟିଛି । ସେ ନିଃସନ୍ତାନ ଥିବାରୁ କଟକ ଠାରେ ନିଜ ବାସସ୍ଥାନ ନିକଟବର୍ତୀ ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ରହି ଆସୁଥିଲେ I ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଯଶିପୁର ଡ଼ିଏଫଓ ତଥା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିବା ସମୟ ରେ ନିକଟବର୍ତୀ ଖଇରୀ ନଦୀକୂଳରୁ ଏକ ବାଘ ଛୁଆ କୁ ପାଇଥିଲେ । ଦୀର୍ଘ ସାତବର୍ଷ ଧରି ନିଜ ପିଲା ଭଳି ତାର ଲାଳନ ପାଳନ କରିଥିଲେ ନିହାର ଓ ସରୋଜ। ଖଇରୀ ନଦୀକୂଳରୁ ପାଇଥିବା ହେତୁ ବାଘଟିର ନାଁ ଦିଆଯାଇଥିଲା ‘ଖଇରୀ’।
ସମୟକ୍ରମେ ବାଘ ଛୁଆଟି ତାଙ୍କୁ ସ୍ନେହ ରେ ବାନ୍ଧି ରଖିଥିଲା I ଦିନେ ସରୋଜ ଙ୍କ ଘର ସାମ୍ନାରେ ବୁଲୁଥିବା ସମୟରେ ବଘାଟିକୁ ଏକ ପାଗଳ କୁକୁର କାମୁଡି ଦେଇଥିଲା ଇ ଏହା ପରଠାରୁ ‘ଖଇରୀ’ ସଂକ୍ରମିତ ହୋଇ ଅଧିକ ହିଂସ୍ର ହୋଇ ଯାଇଥିଲା ଇ ସେହି ଅବସ୍ଥାରେ ୧୯ ୮୧ମସିହାରେ ‘ଖଇରୀ’ର ମୃତ୍ୟୁ ହୋଇଥିଲା । ତେବେ ଖଇରୀର ମୃତ୍ୟୁ ପରେ ସରୋଜ ସ୍ୱାଇଁ ଏବଂ ନାଲିଣିଦେଵି ସେଠାରୁ ନିଜର ବଦଳି କରି ଅନ୍ୟତ୍ର ଚାଲିଆସିଥିଲେ ଇ ତେବେ କିଛିମାସ ପୂର୍ବରୁ ନଳିନୀ ଦେବୀ ଵୃଦ୍ଧାଶ୍ରମ ରେ ରହୁଥିବା ବିଷୟରେ ଦୈନିକ ଖବର କାଗଜ ରେ ପ୍ରକାଶିତ ହୋଇଥିଲା ଇ ଜିବନର ପରିଣତ ବୟସରେ ସେ ‘ଖଇରୀ’ କୁ ଖୁବ ଝୁରି ହେଉଥିବା ପ୍ରକାଶ ପାଇଥିଲା I
ଗତକାଲି ସେ ଖାଇ ସାରି ଶୋଇବାକୁ ଯାଇଥିଲେ। ତା’ ପରେ ଆଉ ଉଠି ନ ଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.