ବଦଳିପାରେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି :ଡିଏମ୍‌ଇଟି

28

ଆମ ଦେଶରେ ତଥା ରାଜ୍ୟରେ ଓମିକ୍ରନ ସଂକ୍ରମ ବୃଦ୍ଧି ପାଉଥିବାରୁ ପ୍ରାଥମିକ ଶ୍ରେଣୀ ଖୋଲିବା ନିଷ୍ପତି ବଦଳିପାରେ I ଏନେଇ ଆଜି ସୂଚନା ଦେଇଛନ୍ତି ଡିଏମଇଟି ରମାରମଣ ମହାନ୍ତି । ଗତକାଲି ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ସୂଚନା ଦେଇ ଥିଲେ କି ଆସନ୍ତା ଯୁଆରଇ ୩ ରୁ ଛୋଟପିଲାଙ୍କ ସ୍କୁଲ ଖୋଳାଯିବ ଇ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। କିନ୍ତୁ ଆଜି ଡିଏମ୍‌ଇଟି ତାଙ୍କ ସୂଚନାରେ କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ ।ସେ କହିଛନ୍ତି, ପୂର୍ବସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥାଇପାରନ୍ତି। ସେତେବେଳେ ଦୈନିକ ସଂକ୍ରମଣ ସଂଖ୍ୟାରୁ ଶହେରୁ ଦେଢ଼ଶହ ଭିତରେ ସୀମିତ ରହୁଥିଲା। ସେହିପରି ଓମିକ୍ରନ ଭୟ ମଧ୍ୟ ରାଜ୍ୟକୁ ନଥିଲା। କିନ୍ତୁ ଏଇ ସାତ ଆଠ ଦିନ ହେବ ସ୍ଥିତି ବଦଳି ଯାଇଛି। ଦେଶରେ ୨୧ଟି ଜିଲ୍ଲାରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି। ଦିନକୁ ଦିନ ଏହି ସଂଖ୍ୟା ବଢୁଛି। ଆମ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ହୋଇପାରେ ରାଜ୍ୟ ସରକାର ପ୍ରାଥମିକ ସ୍କୁଲ୍‌ ଖୋଲିବାକୁ ନେଇଥିବା ନିଷ୍ପତ୍ତି ବଦଳାଇପାରନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.