ମାଲେଗାଓଁ ବିସ୍ଫୋରଣ : ଏନଆଇଏ କୋର୍ଟରେ ବୟାନ ରୁ ଓହରିଲେ ସାକ୍ଷୀ
ପୁଣି ଚର୍ଚ୍ଚାରେ ମୁମ୍ବାଇ ର ପୂର୍ବତନ ବିବାଦୀୟ ପୋଲିସ କମିଶନର ପରମବୀର ସିଂ ଙ୍କ ନାଁ I ମାଲେଗାଓଁ ବିସ୍ଫୋରଣ ଘଟଣାରେ ଏନଆଇଏ କୋର୍ଟ ରେ ଶୁଣାଣି ବେଳେ ଜଣେ ସାକ୍ଷୀ ଦେଇଛନ୍ତି ଚାଂଚଲ୍ୟକର ବୟାନ I ସାକ୍ଷୀ ଙ୍କ ବୟାନ ଅନୁସାରେ ମାଲେଗାଓଁ ବିସ୍ଫୋରଣ ରେ ୟୁ.ପି .ମୁଖ୍ୟମନ୍ତ୍ରୀ ଙ୍କ ସହିତ ୪ ଜଣ ଆରଏସଏସ ନେତାଙ୍କ ନାମ ନେବାକୁ ତାଙ୍କୁ ଚାପ ଦିଆଯାଇଥିଲା । ମହାରାଷ୍ଟ୍ର ର ପୂର୍ବତନ ଏ .ଟି. ଏସ.ଅଧିକାରୀ ପରମବୀର ସିଂ ବିସ୍ଫୋରଣ ଘଟଣାରେ ଏହି ନେତାମାନଙ୍କ ନାଁ ନେବାକୁ ସାକ୍ଷୀ ଜଣକୁ ପ୍ରବର୍ତ୍ତାଇବା ସହିତ ନିର୍ଯାତନା ମଧ୍ୟ ଦେଇଥିଲେ I
ଏହା ଉପରେ ବିଜେପି ବିଧାୟକ ରାମ କଦମ ପ୍ରତିକ୍ରିୟା ରେ କହିଛନ୍ତି ହିନ୍ଦୁମାନଙ୍କୁ ବଦନାମ କରିବା ତଥା ‘ହିନ୍ଦୁ ଆତଙ୍କବାଦ’ ବୋଲି ସଜେଇବା ପାଇଁ କଂଗ୍ରେସ ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର । ୟୁ.ପି.ର ପୂର୍ବତନ ସରକାର ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ କର୍ମୀଙ୍କୁ ଫସେଇବା ପାଇଁ ଉଦ୍ୟମ କରିଥିଲେ।ଏହି ପ୍ରସଙ୍ଗରେ ଶିବସେନା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି।
ସୂଚନାନୁସାରେ, ୨୦୦୮, ସେପ୍ଟେମ୍ୱର ୨୯ରେ ମାଲେଗାଁଓରେ ହୋଇଥିବା ବିସ୍ଫୋରଣ ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୯ ଜଣ ଆହତ ହୋଇଥିଲେ।