ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ : ଦିଲ୍ଲୀ ଓ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ

116

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓମିକ୍ରନ୍ ସଂକ୍ରମିତ ଙ୍କ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନ୍ ସଂକ୍ରମିତ ଙ୍କ ସଂଖ୍ୟା ୬୫୩ ରେ ପହଂଚିଲାଣି ଇ ଓମିକ୍ରନ୍ ନିଜର କାୟା ୨୧ ଟି ରାଜ୍ୟ ବିସ୍ତାର କଲାଣି ଇ I ସେହି ଅନୁସାରେ ଦିଲ୍ଲୀ ଓ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହିସାବରେ ଚିହ୍ନଟ ହେଇଛନ୍ତି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫୩ ଟି ଓମିକ୍ରନ୍ ମାମଲା ରୁଜୁ ହୋଇଛି। ଦିନକରେ ରେକର୍ଡ ୧୩୫ ଆକ୍ରାନ୍ତ ସହ ମୋଟ୍ ସଂଖ୍ୟା ୬୦୦ ପାର କରିଛି । ଏହା ସହିତ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନାର ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇ ସାରିଲାଣି । ରାଜଧାନୀ ଦିଲ୍ଲୀରେ ଗତକାଲି ଗୋଟିଏ ଦିନରେ ରେକର୍ଡ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ୍ ଓମିକ୍ରନ୍ ମାମଲା ୧୪୨ରେ ପହଂଚିଛି ।
ସେହିପରି ମହାରାଷ୍ଟ୍ରରେ ଆଉ ୨୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ମାମଲା ୧୬୭ରେ ପହଂଚିଲାଣି । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୧ ଓମିକ୍ରନ୍ କେସ୍ ଆସିଥିବା ବେଳେ କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ୪୬ ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତୃତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟରେ ଭାଗେ ଗୁଜରାଟରୁ ୭୩ ଓ ଏହା ତଳକୁ କେରଳରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗୋଆ ଓ ମଣିପୁରରୁ ପ୍ରଥମ ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି ।
ଦିଲ୍ଲୀରେ ୬ ମାସରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହୋଇଛି। ଲଗାତାର ୨ ଦିନ ଧରି ଦିଲ୍ଲୀରେ ସଂକ୍ରମଣ ମାମଲା ବଢ଼ିଛି । ଗତ ୨୪ ଘଣ୍ଟାରେ ଦିଲ୍ଳୀରେ ୩୩୧ କରୋନା ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷେ ରବିବାର ଦିନ ଦିଲ୍ଲୀରେ ନୂଆ‌ ସଂକ୍ରମଣ ମାମଲା ୨୯୦ ଥିଲା। ଦିଲ୍ଲୀରେ ପଜିଟିଭ୍‌ ହାର ୦.୬୮ ପ୍ରତିଶତ । ଗତକାଲି ଏହା ୦.୫ ପ୍ରତିଶତ ଥିଲା। ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀରେ ଖୁବ୍‌ ଶୀଘ୍ର ୟେଲୋ ଆଲର୍ଟ ଜାରି ହୋଇପାରେ ।
ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ଦିଲ୍ଲୀରେ ଓମିକ୍ରନ୍‌ ମାମଲା ୧୪୨ରେ ପହଞ୍ଚିଛି । ଅନ୍ୟପକ୍ଷେ ସକ୍ରିୟ ମାମଲା ୧୨୮୯ ରହିଛି । ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୮୦୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଏମ୍‌ସି ତଥ୍ୟ ଅନୁଯାୟୀ ରବିବାର ଦିନ ମୁମ୍ବାଇରେ ୯୨୨ ମାମଲା ଚିହ୍ନଟ ହୋଇଥିଲା। ରବିବାର ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମଣ ମାମଲାର ୭୨ ପ୍ରତିଶତ କେବଳ ମୁମ୍ବାଇରେ ରହିଛି ।
ଦିଲ୍ଲୀ ଏବଂ ମୁମ୍ବାଇରେ ସଂକ୍ରମଣ ବଢ଼ୁଥିବାରୁ ଖୁବ୍‌ ଶୀଘ୍ର ତୃତୀୟ ଲହର ଆସିପାରେ। ବାସ୍ତବ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ସମୀକ୍ଷା କରୁଥିବା ମହାମାରୀ ରୋଗ ବିଶେଷଜ୍ଞ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ଦିଲ୍ଲୀ ଏବଂ ମୁମ୍ବାଇରେ ଯେଭଳି ସଂକ୍ରମଣ ବଢ଼ୁଛି ଯଦି ତାହା ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ତେବେ ତୃତୀୟ ଲହର ଆରମ୍ଭ ହୋଇଯିବ। ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଲହରିୟା କହିଛନ୍ତି, ଯଦି ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ବଢ଼େ ତେବେ ତୃତୀୟ ଲହର ଆରମ୍ଭ ହୋଇଯିବ। ଲହରିୟା କହିଛନ୍ତି ଦିଲ୍ଲୀ ଏବଂ ମୁମ୍ବାଇ‌ରେ ଯେଭଳି ସଂକ୍ରମଣ ବଢ଼ିଛି ଦେଶରେ ସେଭଳି ସଂକ୍ରମଣ ବଢ଼ିନି ।

Leave A Reply

Your email address will not be published.