ଜାନୁୟାରୀ ୩ ରୁ ଖୋଲିବ ପ୍ରଥମିକ ସ୍କୁଲ : ଶିକ୍ଷାମନ୍ତ୍ରୀ ସମୀର ଦାଶ

19

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ସୂଚନା ଅନୁସାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ରାଜ୍ୟ ର ସମସ୍ତ ପ୍ରାଥମିକ ଶ୍ରେଣୀ ଯଥା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବI। ସେହି ପରି ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ ସହିତ ପୂର୍ବ ପରି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ତେବେ ଯେଉଁଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍‌ ରହିଛି, ସେଠାରେ ସମ୍ମେଟିଭ୍‌ ପରୀକ୍ଷା ଚାଲୁଥିବାରୁ ଜାନୁଆରୀ ୧୦ ତାରିଖ ପରେ ସ୍କୁଲ ଖୋଲିବ। ଏନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି I
ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। କରୋନାର କୋପ କମିବା ପରେ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମାତ୍ର କିଛି ସ୍ଥାନ ରେ ନେଟୱର୍କ ସମସ୍ୟା ଯୋଗୁଁ ଏହି ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଂଚିତ ହେଉଥିଲେ । ଏନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ସ୍କୁଲ୍‌ ଖୋଲିଛି।
ସ୍କୁଲ ଖୋଲିବା ପରେ ଏବେ ରାଜ୍ୟରେ ଥିବା ୨୭୦୦୦ ସ୍କୁଲ ଚଞ୍ଚଳ ହେବ। ପୂର୍ବ ପରି କ୍ଲାସ ରୁମ୍‌ରେ ବସି ପିଲାମାନେ ପାଠ ପଢ଼ିବେ। କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ତେବେ ବର୍ତ୍ତମାନ ରଜ୍ୟ ରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଭିଭାବକ ମାନେ ଚିନ୍ତା ପ୍ରକଟ କରିଛନ୍ତି I

Leave A Reply

Your email address will not be published.