ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍, ଡାକ୍ତରଖାନାରେ ଭର୍ତ୍ତି

19

ବିସିସିଆଇ ଅଧ୍ୟକ୍ଷ ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୯ ବର୍ଷର ସୌରଭ ଗାଙ୍ଗୁଲିଙ୍କୁ କୋଲକତାର ଉଡଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଙ୍ଗୁଲିଙ୍କ କରୋନା ସାମ୍ପୁଲକୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣା ପଡିବ ଏହା ଓମିକ୍ରନ୍ ଭାରିଆଣ୍ଟ କି ନାହିଁ । ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇର ଚିନ୍ତା ବଢିଯାଇଛି । ବର୍ତ୍ତମାନ ସୌରଭ୍ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନାସୌରଭ ଗାଙ୍ଗୁଲିଙ୍କ ହାର୍ଟ ଆଟାକ୍ ଆସିଥିଲା, ଯେଉଁଥିପାଇଁ ତାଙ୍କୁ କିଛି ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା । ତେବେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି।
ସୂଚନାନୁସାରେ ସୋମବାର ରାତିରେ ସୌରଭ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା I ସେଥିରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା I ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି I କହି ରଖୁଛୁକି ସୌରଭ ଗାଙ୍ଗୁଲି କରୋନା ଟିକା ର ଉଭୟ ଡୋଜ ଗ୍ରହଣ କରିଛନ୍ତି । ଏହା ସତ୍ତ୍ୱେ ତାଙ୍କର କରୋନା ରିପୋର୍ଟ ପଜିଟିଭଆସିଛି Iଏହାପୂର୍ବରୁ ତାଙ୍କ ପରିବାର ସଦସ୍ୟ ମାନେ କରୋନା ପଜିଟିଭ ହୋଇଥିଲେ ।

Leave A Reply

Your email address will not be published.